କଲମପୁର: ଶନିବାର ଅପରାହ୍ନରେ ବିଦ୍ୟୁତ୍ ଆଘାତ ଯୋଗୁଁ ଗୌଡ କେନ୍ଦୁଗୁଡା ଗ୍ରାମ ଠାରେ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ଯାହାକୁ ନେଇ ଗାଁରେ ଉତେଜନା ପ୍ରକାଶ ପଇଛି। ଏହାସହ ବିଦ୍ୟୁତ୍ ସଜାଡିବା ପାଇଁ ଯାଇଥିବା ବିଭାଗର କର୍ମଚାରୀଙ୍କୁ କ୍ଷତିପୁରଣ ଦାବି କରି ଗ୍ରାମବାସୀଙ୍କ ସହଯୋଗରେ ଅଟକ ରଖିଥିଲେ କ୍ଷତିଗ୍ରସ୍ଥ ପରିବାର ଲୋକ। ସୂଚନା ଅନୁସାରେ ଗାଈଟି ଗୌଡକେନ୍ଦୁଗୁଡାର ଚାଷୀ ଅଭି ଚଲାନଙ୍କର। ଏନେଇ ସୁଚନା ପାଇବା ପରେ ବିଦ୍ୟୁତ ବିଭାଗର କିଛି କର୍ମଚାରୀ ଘଟଣାସ୍ଥଳରେ ପହଂଚିଥିଲେ। ଛିଣ୍ଡିଥିବା ବିଦ୍ୟୁତ୍ ତାରକୁ ସଂଯୋଗ କରୁଥିବା ବେଳେ ଗାଈ ମାଲିକ କ୍ଷତିପୁରଣ ଦାବି କରି କାମ ବନ୍ଦ କରାଇଥିଲେ। ଏହାପରେ କର୍ମଚାରୀ ଘଟଣା ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବା ପରେ କଲମପୁର ପୁଲିସ ଥାନାକୁ ସୁଚନା ଦିଆଯାଇଥିଲା। ଘଟଣାସ୍ଥଳରେ କଲମପୁର ପୁଲିସ ଥାନାର ଏସ.ଆଇ ଡୋଳାମଣି ବିଶି ଏବଂ ଏ.ଏସ.ଆଇ ଶେଖର ଜେନାଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ ପହଂଚିବା ପରେ ଉଭୟ କ୍ଷତିଗ୍ରସ୍ଥ ଚାଷୀ ଏବଂ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଆପୋଷ ଆଲୋଚନା କରାଯାଇ କ୍ଷତିଗ୍ରସ୍ଥ ଚାଷୀଙ୍କ କ୍ଷତିପୁରଣ ନେଇ ପଦକ୍ଷେପ ନିଆଯିବା ନେଇ ପ୍ରତିଶୃତି ଦେବା ପରେ ରାତିରୀ ୮ଟାରେ ବିଦ୍ୟୁତ ସେବା ସ୍ୱଭାବିକ ହେଇଥିଲା।
Popular Categories



