କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟରେ ୨୦୧ ଜଣ ବିଧବା, ବିକଳାଙ୍ଗ ଓ ବୃଦ୍ଧବୃଦ୍ଧାଙ୍କୁ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଭତ୍ତା ବଣ୍ଟନ କରିଛନ୍ତି। ଏଥିରେ ବ୍ଲକର ୧୪ଟି ପଞ୍ଚାୟତରେ ଥିବା ବିଧବା, ବିକଳାଙ୍ଗ ଓ ବୃଦ୍ଧବୃଦ୍ଧାଙ୍କ ୨୦୧ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଛି।
ଏହା ପରେ ନାରାୟଣପୁର ପଞ୍ଚାୟତର କଲ୍ୟାଣି ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୭ଜଣଙ୍କୁ ମୃତ୍ୟୁକାଳୀନ ଓ ଅନ୍ତେଷ୍ଟକ୍ରିୟା ସହାୟତା, ୧୫ ଜଣଙ୍କୁ ବିବାହ କାଳୀନ ସହାୟତା, ୭ ଜଣଙ୍କୁ ପ୍ରସୂତି କାଳୀନ ସହାୟତା ଯୋଗାଇ ଦିଆଯାଇଛି।



