www.samajalive.in
Tuesday, December 9, 2025
23.1 C
Bhubaneswar

ପାରଳା ମହାରାଜ ଯାନ୍ତ୍ରିକ ମହାବିଦ୍ୟାଳୟରେ ଜାତୀୟ କର୍ମଶାଳା

ଗୋପାଳପୁର: ଶୀତଳାପଲ୍ହି ସ୍ଥିତ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀ ଦକ୍ଷତା ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ହ୍ୟୁମlନିଟି ଏଣ୍ଡ ବେସିକ ସାଇନ୍ସ (ମାନବିକତା ଏବଂ ସାମାଜିକ ବିଜ୍ଞାନ) ବିଭାଗ ପକ୍ଷରୁ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଅର୍ଥ ବିଭାଗ ଓ ମଧୁସୂଦନ ଏକାଡେମୀର ଯୁଗ୍ମ ନିର୍ଦ୍ଦେଶକ ଡ଼ ବିଭୁଦତ ଆଚାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭାରତୀୟ ତଥା ଓଡ଼ିଶା ପ୍ରଶାସନିକ ପରୀକ୍ଷା କ୍ଷେତ୍ରରେ ପିଲାମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଉପଦେଶ ଦେଇଥିଲେ। ଏହି ସଭାକୁ ଆଜିର ଅଧ୍ୟକ୍ଷ ଦାୟିତ୍ଵରେ ଥିବା ଡ଼ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ ଅଧ୍ୟକ୍ଷତା କରିଥିବା ବେଳେ ମାନବିକତା ଏବଂ ସାମାଜିକ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ ଜ୍ଞାନ ରଞ୍ଜନ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଅଧ୍ୟାପିକା ମନୀଷା ଛୋଟରାୟ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଡ଼ ସୁଦର୍ଶନ ସହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେଉଥିବା ୬୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବିଭାଗ ପକ୍ଷରୁ ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଛ ଓ ଉପହାର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories