ଜବରଦଖଲ ଉଚ୍ଛେଦ ପାଇଁ ଦାବୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଜାତୀୟ ରାଜପଥରୁ ଜବରଦଖଲ ଉଚ୍ଛେଦ ପାଇଁ ସାଧାରଣ ରେ ଜୋର୍ ଚର୍ଚ୍ଚା ଧରିଛି। ସହର ମଧ୍ୟରେ ଚରିଥାକିଆ ଜାତୀୟ ରାଜପଥ ନିର୍ମାଣ ହୋଇଥିବା ସତ୍ତ୍ଵେ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଉଛି। ସର୍ଭିସ୍ ରାସ୍ତାରେ ଲୋକଙ୍କ ଯିବା ଆସିବା ପାଇଁ ନିର୍ମାଣ ହୋଇଥିବା ବେଳେ ସେହି ରାସ୍ତା କଡ଼ରେ ଥିବା ଚା ପାନ ଦୋକାନଗୁଡ଼ିକ ସହ ଦୋକାନ ସାମ୍ନା ଡ୍ରେନକୁକୁ ମଧ୍ୟ ଜବରଦଖଲ କରାଯାଇଛି। ଅନେକ ବ୍ୟକ୍ତି ଦୋକାନ ଘର ନିର୍ମାଣ କରି ଭଡା ଆଦାୟ ମଧ୍ୟ କରୁଥିବା ନଜିର ରହିଛି। ଗୋଟିଏ ପଟେ ରାସ୍ତା ନିର୍ମାଣ କରି ସଂସ୍ଥା ଆଶୋକା ୱିଲକନ୍ ରାସ୍ତା ତିଆରିକୁ ସମ୍ପୂର୍ଣ ନ କରି ସରକାରୀ ନିୟମକୁ ଉଲ୍ଲଂଘନ କରି ମନଇଚ୍ଛା ଟୋଲ ଆଦାୟ କରି ଚାଲିଛି। ଏପରିକି ଗୋଟିଏ ଟୋଲ ଗେଟ୍ ସ୍ଥାନରେ ପଞ୍ଚାୟତ ରାସ୍ତାରେ ପୁଣି ଏକ ଟୋଲ ଗେଟ୍ ବସାଯାଇଛି। ରେଙ୍ଗାଲି କ୍ୟାମ୍ପ ଛକର ଦୁଇପାର୍ଶ୍ଵ, ବାବା ମଠ ଛକ, ଲାଦେରପାଳି ଛକ, ଅତାବିରା ମହାବିଦ୍ୟାଳୟ, ଆର୍ ଏମ୍ ସି ମାର୍କେଟ, ଷ୍ଟେଟ ବ୍ୟାଙ୍କ, ବସ୍ ଷ୍ଟାଣ୍ଡ, ବ୍ଲକ ସମ୍ମୁଖ, ଭାଳୁପାଲି ଛକ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପାର୍ଶ୍ଵ, ଗ୍ରାମ୍ୟ ନ୍ୟାୟାଳୟ ସମ୍ମୁଖ, ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଦୁଇ ପାର୍ଶ୍ଵ, ଏକ୍ସଚେଞ୍ଜ ଛକ, ସରଣ୍ଡା ଛକ ଓ ଗୋଡ଼ଭଗା ଛକରେ ଜବରଦଖଲ କରି ଲୋକେ ଦୋକାନ ଘର ନିର୍ମାଣ କରି ଚାଲିଛନ୍ତି। ଅନେକ ସ୍ଥାନରେ ଅଶୋକ। ୱିଲକନର ନିମ୍ନ ମାନର କାମ ଯୋଗୁଁ ଡ୍ରେନର ସ୍ଲାପ, ଡ୍ରେନ କାନ୍ଥ ଭାଙ୍ଗି ପଡ଼ି ରହିଛି ଏପରିକି କେତେକ ସ୍ଥାନରେ ଡ୍ରେନ ସହ ସର୍ଭିସ୍ ରାସ୍ତା କାମ ମଧ୍ୟ ସମ୍ପୂର୍ଣ୍ଣ କରିନାହିଁ। ବିଭିନ୍ନ ସ୍ଥାନରେ ସର୍ଭିସ୍ ରାସ୍ତା ମଝିରେ ଥିବା ପୁରୁଣା ବିଜୁଳି ଖୁଣ୍ଟ ଗୁଡ଼ିକ ମଧ୍ୟ ସ୍ଥାନାନ୍ତର କରାଯାଇ ପାରି ନାହିଁ। ଫଳରେ ସାଧାରଣ ଲୋକ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ନିର୍ମାଣ ହେଇଥିବା ଡ୍ରେନରେ ଆବର୍ଜନା ଜମି ରହି ଜଳ ନିଷ୍କାସନ ହୋଇ ପାରୁ ନାହିଁ। ଫଳରେ ଦୁର୍ଗନ୍ଧାରେ ଫାଟି ପଡୁଛି ସହର। ମଶା ମାଛିଙ୍କ ପ୍ରାଦୁର୍ଭାବ ବଢ଼ି ପରିବେଶ ଅସ୍ୱାସ୍ଥ୍ୟକର ହୋଇ ଉଠୁଛି। ତେଣୁ ଜବରଦଖଲ ଉଚ୍ଛେଦ ରେ ନିରପେକ୍ଷ ନୀତି ଅନୁସରଣ କରି ସର୍ବ ସାଧାରଣ ଙ୍କ ସୁବିଧା କୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ନିଆଗଲେ, ଅତାବିରା ସହରର ପରିବେଶ ସ୍ୱଚ୍ଛ, ସୁରକ୍ଷିତ ଓ ନିରାମୟ ହେବ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି।

Comments are closed.