କୋଟିଏ ଟଙ୍କିଆ ଷଣ୍ଢ ଉଦ୍ଧାର

ନୂଆଦିଲ୍ଲୀ: ଏନ୍‌ଡିଆରଏଫ୍‌ ଯବାନମାନେ ନଏଡ଼ା ଅଞ୍ଚଳର ବନ୍ୟା ଜଳରୁ ଦେଶର ସବୁଠୁ ମୂଲ୍ୟବାନ୍‌ ବିରଳ ପ୍ରଜାତିର ଷଣ୍ଢ ‘ପ୍ରୀତମ୍‌’କୁ ଉଦ୍ଧାର କରିଛନ୍ତି। ଏହାର ମୂଲ୍ୟ ୧କୋଟି ଟଙ୍କା। ତା’ ସହିତ ଅନ୍ୟ ଦୁଇ ମୂଲ୍ୟବାନ ଷଣ୍ଢଙ୍କୁ ଉଦ୍ଧାର କରାଯାଇଛି। ଏନ୍‌ଡିଆରଏଫ୍‌ ଅଷ୍ଟମ ବାଟାଲିୟନ ଯବାନମାନେ ଖାଲୁଆ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚଳାଇଥିବାବେଳେ ସ୍ଥାନୀୟ ଫାର୍ମରେ ଥିବା ଏହି ଦାମୀ ଷଣ୍ଢ ଓ ଅନ୍ୟ ପ୍ରାଣୀଙ୍କୁ ଉଦ୍ଧାର କରି ଶୁଖିଲା ସ୍ଥାନକୁ ଆଣିଥିଲେ। ଏନ୍‌ଡିଆରଏଫ ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି।

Comments are closed.