ପାଟଣା: ପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପାଟଣା ବନବିଭାଗ ପକ୍ଷରୁ ବନମହୋତ୍ସବ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ଚାରା ରୋପଣର ଶୁଭାରମ୍ଭ କରିଥିଲେ। ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ପ୍ରଶାନ୍ତ କୁମାର ଭଞ୍ଜ ଓ ବନାଞ୍ଚଳ ଅଧିକାରୀ ପ୍ରଭାତୀ କୁଅଁର, ଉପ ବନାଞ୍ଚଳ ଅଧିକାରୀ ଅମୂଲ୍ୟ କୁମାର ସେନାପତି, ବନପାଳ ପିଅନ ନାଏକ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ପରିସରରେ ବିଭିନ୍ନ ପ୍ରକାର ଫଳନ୍ତି ଗଛ ଚାରା ରୋପଣ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ଗଣେଶ କର ଓ ଅନ୍ୟମାନେ କାର୍ଯକ୍ରମ ପରିଚାଳନା କରିଥିଲେ।
Popular Categories



