www.samajalive.in
Sunday, December 14, 2025
23.1 C
Bhubaneswar

ସାହାରପଡାରେ ପ୍ରାରମ୍ଭ ପ୍ରଶିକ୍ଷଣ ଆରମ୍ଭ

ପାଟଣା: ସାହାରପଡା ରେ ଗତକାଲି ଠାରୁ ଦ୍ବିତୀୟ ପର୍ଯ୍ୟାୟ “ପ୍ରାରମ୍ଭ” ତାଲିମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ତାଲିମ ୨ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସାହାରପଡାର ଦୁଇଟି ସ୍ଥାନରେ ଏକ ସମୟରେ ୧୦୦ଜଣ ତାଲିମ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟର ତାଲିମକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍ତମ କୁମାର ନାୟକ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସେ ସମସ୍ତଙ୍କୁ ଠିକ ସମୟରେ ଉପସ୍ଥିତ ହେବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ବିଦ୍ୟାଳୟ ସମୟ ମଧ୍ୟ ଠିକ ରଖିବାକୁ ପରାମର୍ଶ ଦେଇଥିଲେ। କୌଣସି ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜଣାଇ ଦେଇଥିଲେ।

ଉଦଯାପନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନାୟକଙ୍କ ସହିତ ସହ ଶିକ୍ଷା ଅଧିକାରୀ ଦୟାନିଧି ପାତ୍ର, ଭାରତୀ ରାମ୍ ଓ ହେମ ମାଝି ଉପସ୍ଥିତ ରହି ସମସ୍ତଙ୍କୁ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ। ତାଲିମ ଦାତା ଭାବେ ବରିଷ୍ଠ ଶିକ୍ଷକ ପଦନ ନାଏକ, ଲୁଲୁ ବାରିକ୍, ମାନସ୍ ଆରୁକ୍ ଓ ରସାନନ୍ଦ ନାଏକ ଉପସ୍ଥିତ ରହି ‘ପ୍ରାରମ୍ଭ’ ତାଲିମ ଶିବିରକୁ ଆଗେଇ ନେଇଥିଲେ। ସମସ୍ତ ତାଲିମ ଶିବିର ସାହାରପଡା ଉଚ୍ଚ ବିଦ୍ୟାଳୟ ଠାରେ ଚାଲୁଥିଲା। ଆଜିଠାରୁ ବର୍ଣ୍ଣାଳୀ ତାଲିମ ଶିବିର ମଧ୍ୟ ସାହାରପଡା ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହୋଇଛି। ଏଠାରେ ତାଲିମଦାତା ପ୍ରୀତିପୁଷ୍ପା ପଣ୍ଡା ଓ ହେମନ୍ତ ନାଥ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି। ଗୋଜାପଥର ଠାରେ ଚାଲିଥିବା ତାଲିମ ଶିବିରରେ ତାଲିମ ଦାତା ଭାବେ ବିଚିତ୍ରାନନ୍ଦ ସେଠୀ, ଦୁର୍ଯ୍ୟୋଧନ ମହାନ୍ତ, ପ୍ରତାପ ମହାନ୍ତ, ମାନସ ରାୟ ତାଲିମ ଦାତା ଭାବେ ନିୟୋଜିତ ଅଛନ୍ତି। ମୋଟ ୩୦୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ‘ପ୍ରାରମ୍ଭ’ ତାଲିମ ନେବେ ବୋଲି ଜଣାପଡିଛି। ଏହା ୩ଟି ପର୍ଯ୍ୟାୟରେ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories