ଗୋପାଳପୁର: ଡୁରା ସ୍ଥିତ ରାମ ନାରାୟଣ ଡ଼ିଗ୍ରୀ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟ ଡ଼. ଉଷା ରାଣୀ ବ୍ରହ୍ମାଙ୍କ ନେତୃତ୍ୱରେ ଉନ୍ନତ ମାନର ଶିକ୍ଷା ଓ ଗବେଷଣାକୁ ନେଇ ଷ୍ଟଡିଟୁର ଅନୁଷ୍ଠିତ ହୋଇଥିଲା। ଆଜି ଅପରାହ୍ନରେ ବିଭାଗର ୧୧ ଛାତ୍ର ଛାତ୍ରଙ୍କୁ ନେଇ ହରିପୁର ଗ୍ରାମରେ ଥିବା ଶ୍ରୀ କୋଷ୍ଟାଲ ଆୱା ମେରାଇନ ଚିଙ୍ଗୁଡ଼ି ଯାଆଁଳା ଉତ୍ପାଦନ କେନ୍ଦ୍ରକୁ ଯାଇ ସେଠାରେ କେନ୍ଦ୍ରର ଅଧିକାରୀ ୱାର୍ଦୀ ନାଗେଶ୍ୱର ଠାରୁ ଚିଙ୍ଗୁଡ଼ି ଯାଆଁଳା କିପରି ଉତ୍ପାଦନ କରିହୁଏ ଏବଂ ତାର କିପରି ଯତ୍ନ ନେବା ଜ୍ଞାନ କୌଶଳ ଆହରଣ କରିଥିଲେ। ତାହାସହ ଆଗାମୀ ଦିନରେ ଦକ୍ଷତା ବିକାଶ କିପରି କରିପାରିବେ ସେ ନେଇ ବିଭିନ୍ନ ଉପାୟ ଓ ପଦ୍ଧତି ଉପରେ କେନ୍ଦ୍ର ଅଧିକାରୀ ନାଗେଶ୍ୱର ବୁଝାଇ ଥିଲେ ତାହା ସହ ବିଭିନ୍ନ ଯନ୍ତ୍ରପାତି କେନ୍ଦ୍ରକୁ ନେଇ ଦେଖାଇଥିଲେ। ଚିଙ୍ଗୁଡ଼ି ଯାଆଁଳା ଠାରୁ ମାର୍କେଟରେ ବିକ୍ରି ପର୍ଯ୍ୟନ୍ତ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଅମିତ, ଶିବ, ସୁରୋଜ, ଅନ୍ଵେସା, ଲିପିକା, ଅପରାଜିତା, ଅନ୍ବେଷ୍ଟା, ଆଶିଷ, ମୋନାଲିସା, ଦେବାଶିଷ, ଚନ୍ଦ୍ରମା ଯୋଗ ଦେଇଥିଲେ।
Popular Categories



