www.samajalive.in
Friday, December 12, 2025
27.1 C
Bhubaneswar

ହଟୁନି ପାର୍କିଂ, ବଢୁଛି ଦୁର୍ଘଟଣା – ଜୁନ୍‌ରେ ୪୩ ମୃତ

ଭୁବନେଶ୍ବର: ବାହାନଗା କରମଣ୍ଡଳ ରେଳ ଦୁର୍ଘଟଣା ଦୁଃଖ ମନରୁ ଯାଇ ନ ଥିବାବେଳେ ରାଜ୍ୟରେ ଗୋଟିକ ପରେ ଗୋଟିଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଲୋକଙ୍କୁ ବ୍ୟଥିତ କରିଛି। ଜୁନ ପହିଲାରୁ ୨୯ ତାରିଖ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୪୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୬ ଆହତ ହୋଇଥିବା ଜଣାପଡିଛି। ପୁଣି କରମଣ୍ଡଳ ରେଳ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୨୯୩ ଛୁଇଁଲାଣି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ପରିବହନ ବିଭାଗ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଦୁର୍ଘଟଣା ରୋକିବା ପାଇଁ ଶୂନ ଦୁର୍ଘଟଣା ସପ୍ତାହ ପାଳନ କରି ଚାଳକଙ୍କୁ ସଚେତନ କରାଯାଉଛି। ଏହାସତ୍ତ୍ବେ ରାଜ୍ୟରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବା ଚିନ୍ତାଜନକ ହୋଇ ପଡିଛି।

ସମ୍ବଲପୁରରେ ରାସ୍ତାପାର୍ଶ୍ବରେ ଠିଆ ହୋଇଥିବା ହାଇୱାକୁ ଟେ‌‌େ‌ମ୍ପା ଧକ୍କା ଦେବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଆହତ ହୋଇଥିଲେ। ବଲାଙ୍ଗୀରରେ ବସ୍ ସହ ଟ୍ରକ ଧକ୍କା ହେବାରୁ ୫ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ବିବାହ ଉତ୍ସବରେ କନ୍ୟା ପକ୍ଷର ପରିବାର ସଦସ୍ୟଙ୍କୁ ନେଇ ଯାଉଥିବା ଗାଡି ଦିଗପହଣ୍ଡିରେ ଓଏସଆରଟିସି ବସ୍‌ ସହ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଥିଲେ। କେନ୍ଦୁଝରରେ ବରଯାତ୍ରୀ ଗାଡି ଟ୍ରକ ସହିତ ଧକ୍କା ଦେବାରୁ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଆହତ ହୋଇଥିଲେ। ଗଜପତିରେ ଏକ ପିକ୍‌ଅପ ଗାଡି ଓଲଟି ପଡିବାରୁ ୧୫ ଯାତ୍ରୀ ଆହତ ହୋଇଥିଲେ। କୋରାପୁଟ ପଟାଙ୍ଗୀରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ମୃତ୍ୟୁ ଘଟିଥିଲା। ଲହୁଣୀପଡା ସଡ଼କ ଦୁର୍ଘଟଣାରେ ୨ମୃତ୍ୟୁ ଏବଂ ୩ ଆହତ ହୋଇଥିଲେ। ପୁରୀ ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ୪ ଆହତ ହୋଇଥିଲେ।

- Advertisement -

ଭୁବନେଶ୍ବରରେ ମୋ ବସ ଧକ୍କାରେ ଜଣେ ମହିଳା ଆହତ ଏବଂ ରାଜକିଶୋରରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଢେଙ୍କାନାଳରେ ଏକ ସଡ଼କ ଦୁର୍ଘଟଣା ଘଟିବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଆହତ ହୋଇଥିଲେ। ଭୁବନେଶ୍ବର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିବାରୁ ୫ଜଣ ଆହତ ହୋଇଥିବା ଜଣାପଡିଛି। ପୁରୀ ଜିଲାରେ ଏକ ସ୍କୁଟିକୁ ବସ୍‌ ଧକ୍କା ଦେବାରୁ ୨ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଭୁବନରେ ଏକ ସଡ଼କ ଦୁର୍ଘଟଣାରେ ୨ମୃତ୍ୟୁ, ଜଳେଶ୍ବର-ଚନ୍ଦନେଶ୍ବରରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିଲେ। ରାଜ୍ୟରେ ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁହାର ୨୦୨୧ ଅପେକ୍ଷା ୨୦୨୨ରେ ବୃଦ୍ଧି ପାଇଥିଲା। ଦୁର୍ଘଟଣା ହାର ୬.୧୮% ବଢ଼ିଥିବା ବେଳେ ମୃତ୍ୟୁହାର ୭.୬୦%କୁ ବୃଦ୍ଧି ପାଇଥିଲା। ଓଡ଼ିଶା ଅପରାଧ ଶାଖା ବିବରଣୀ ଅନୁଯାୟୀ ୨୦୨୨ରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର ବଢ଼ିଥିବା ବାଣିଜ୍ୟ ଓ ପରିବହନ ବିଭାଗ ସ୍ପଷ୍ଟ କରିଛି। ସ‌େ‌ର୍ବାଚ୍ଚ ନ୍ୟାୟାଳୟଙ୍କ ସଡ଼କ ନିରାପତ୍ତା ମଣ୍ଡଳ ପ୍ରତିବର୍ଷ ୧୦% ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ; କିନ୍ତୁ ରାଜ୍ୟରେ ଦୁର୍ଘଟଣା କମିବା ପରିବର୍ତ୍ତେ ବୃଦ୍ଧି ପାଇ ଚାଲିଛି। ଆଗକୁ କିପରି ସଡ଼କ ଦୁର୍ଘଟଣା ଏବଂ ଏହାର ମୃତ୍ୟୁହାର ହ୍ରାସ କରାଯାଇ ପାରିବ ସେଥିପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ଜିଲାପାଳ, ପୁଲିସ ଆରକ୍ଷୀ ଅଧକ୍ଷୀକ, ଭୁବନେଶ୍ବର-କଟକ ପୁଲିସ ଆୟୁକ୍ତ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧିକାରୀଙ୍କୁ ଚିଠି ଲେଖି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ।

୨୦୨୧ରେ ରାଜ୍ୟରେ ମୋଟ ୧୦ ହଜାର ୮୪ଟି ଦୁର୍ଘଟଣା ଘଟିଥିବା ବେଳେ ୫୦୮୧ ଜଣଙ୍କ ମୃତ୍ୟୁ ହୋଇଛି। ୯ ହଜାର ୭୮୨ ଗୁରୁତର ଆହତ ଏବଂ ସାମାନ୍ୟ ଆହତ ହୋଇଥିଲେ। ୨୦୨୨ରେ ଦୁର୍ଘଟଣା ସଂଖ୍ୟା ୧୧ ହଜାର ୬୬୩କୁ ବୃଦ୍ଧି ପାଇଛି। ମୃତ୍ୟୁସଂଖ୍ୟା ମଧ୍ୟ ୫ ହଜାର ୪୬୭କୁ ବଢ଼ିଛି। ସେଥିରେ ୧୦ ହଜାର ୩୦୨ଜଣ ଗୁରୁତର ଏବଂ ସାମାନ୍ୟ ଆହତ ହୋଇଥିଲେ। ଟ୍ରାଫିକ ନିୟମ ନ ମାନିବା, ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଗାଡ଼ି ଚାଳନା କରିବା ଦ୍ବାରା ସଡ଼କ ଦୁର୍ଘଟଣା ଘଟୁଛି। ଜାତୀୟ ରାଜପଥ ପାର୍ଶ୍ବରେ ଭାରିଯାନଗୁଡ଼ିକ ପାର୍କିଂ କରିବା ସହ ଅସ୍ଥାୟୀ ଦୋକାନ ବଜାର ଖୋଲିବା ଦ୍ବାରା ଅଧିକାଂଶ ଦୁର୍ଘଟଣା ଘଟୁଛି। ଜାତୀୟ ରାଜପଥ ପାର୍ଶ୍ବରେ ଭାରିଯାନ କିପରି ପାର୍କିଂ ନ କରିବେ ସେଥିପ୍ରତି ଗୁରୁତ୍ବ ଦେବାକୁ ପରିବହନ ବିଭାଗ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନଏଚଏଆଇ)କୁ ଚିଠି ଲେଖିଥିଲେ। କିନ୍ତୁ ଏନଏଚଏଆଇ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଫଳସ୍ବରୂପ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories