www.samajalive.in
Wednesday, December 10, 2025
23.1 C
Bhubaneswar

ଲତା ମଙ୍ଗେସକରଙ୍କୁ ସଙ୍ଗୀତାଞ୍ଜଳି

ସମ୍ବଲପୁର: ସମ୍ବଲପୁରର ଜୱାନ ଏ ହିନ୍ଦ କ୍ଲବ ପକ୍ଷରୁ ହିନ୍ଦୀ ସିନେମା ର ସ୍ୱନାମଧନ୍ୟ ଗାୟିକା ସ୍ୱର୍ଗତ ଲତା ମଙ୍ଗେସକର ସ୍ମୃତିରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ରବିବାର ଆୟୋଜିତ ହୋଇଯାଇଛି। କ୍ଲବର ସଭାପତି ମହମ୍ମଦ ଅଜିଜ ଙ୍କ ସଭାପତିତ୍ୱରେ ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ କ୍ଲବର ଉପଦେଷ୍ଟା ସ୍ୱର୍ଗତ ବିଶ୍ୱମ୍ବର ବହିଦାର ଓ ବାଲେଶ୍ୱରର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀ ମାନଙ୍କର ଦିବଙ୍ଗତ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା। ଏହି କ୍ରମରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ମିତ୍ର ଙ୍କୁ ଜୀବନବ୍ୟାପି ସଙ୍ଗୀତ ସେବା ପାଇଁ ସମ୍ମାନୀତ କରାଯାଇଥିଲା।

କଣ୍ଠଶିଳ୍ପୀ ବିଭୁତି ଭୂଷଣ ଦାଶ ଙ୍କ ସଂଯୋଜନାରେ ସମ୍ବଲପୁରର ନବୀନ ଓ ପ୍ରବୀଣ କଣ୍ଠଶିଳ୍ପୀ ଶ୍ରୀକାନ୍ତ ବାରିକ, ତ୍ରିଲୋଚନ ତ୍ରିପାଠୀ, ସମୀର ଦାଶ, ଶୁଭଶ୍ରୀ ବିଶ୍ୱାଳ, ଶ୍ରୀସୋମ ପାଢ଼ୀ, ପ୍ରିତିନନ୍ଦା ମିଶ୍ର, ସୁଶ୍ରିତା ପାଣିଗ୍ରାହୀ, ସ୍ମୃତି ମିଶ୍ର, ପ୍ରିୟଦର୍ଶିନୀ ନାଥ, ଏମ. ଶାନ୍ତିସୁଧା, ସୁପ୍ରଭା ପାଢ଼ୀ, ବିଭୁତି ପଟ୍ଟନାୟକ, ରୁଚି ସିଂଦେଓ, ସୁଚି ସିଂଦେଓ, ମାସୁଦ ଖାନ ଓ ବିଭୂତି ଦାଶ ପ୍ରମୁଖ ଲତା ମଙ୍ଗେସକାର ଙ୍କ ଗାଇଥିବା ଚରିସବୁଜ ଗୀତ ଗୁଡିକୁ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଦେବାଶିଷ ପାଢ଼ୀ, ସୁବାଷ ଭୋଇ, ସିଲୁ ସିଂଦେଓ, ପ୍ରଫୁଲ୍ଲ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆୟୋଜନରେ ବୁଲୁ ବିଶ୍ୱାଳ, ବ୍ରଜ ମହାନ୍ତି, ସୁବାଷ ଅଗ୍ରୱାଲ, ଦିଲିପ ପତି, ଗୁଲାମ କାଦିର, ମହମ୍ମଦ ସନାଉଲ୍ଲା, ଅରୁଣ ଦାଶ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କ୍ଲବର ସମ୍ପାଦକ ମହମ୍ମଦ ଇସାକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories