www.samajalive.in
Wednesday, December 10, 2025
23.1 C
Bhubaneswar

ସାର୍ବଜନୀନ ପାଠାଗାର ଠାରେ ଯୁବ ପ୍ରଶିକ୍ଷଣ ଶିବିର

ସମ୍ବଲପୁର: ସମ୍ବଲପୁରର ସାର୍ବଜନୀନ ପାଠାଗାର ଠାରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଦ୍ୱାଦଶ ସପ୍ତାହରେ ପହୁଞ୍ôଚଛି। ମାଁ ବାଗଦେବୀ ଙ୍କ ପୂଜା ଓ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା ପରେ ରବିବାର ସକାଳ ସମୟରେ ଆରମ୍ଭ ହୋଇଥିବା ପ୍ରଶିକ୍ଷଣ ଶିବିରର ପ୍ରଥମ ପର୍ଯ୍ୟାୟରେ ବୁର୍ଲା ଭିସୁଟର ସହକାରୀ ଅଧ୍ୟାପିକା ଡ. ଅଭିପ୍ସା ମହାପାତ୍ର ଫାଷ୍ଟ ଫୁଡର ପ୍ରସ୍ତୁତି ଓ ଦୈନନ୍ଦିନ ଜୀବନରେ ଏହାରେ କୁପ୍ରଭାବ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରି ଆମ ଦୈନନ୍ଦିନ ଜୀବନରେ ଫାଷ୍ଟ ଫୁଡ ପ୍ରତି ଆମର ଆସକ୍ତି ଓ ଏହାର ପ୍ରସ୍ତୁତିରେ ମାରାତ୍ମକ ରାସାୟନିକ ଦ୍ରବ୍ୟର ବ୍ୟବହାର ଉପରେ ଆଲୋଚନା କରି ଏସବୁ ରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଅକ୍ଷୟ କୁମାର ବାରିକ ଛାତ୍ରଛାତ୍ରୀ ମାନଙ୍କ ସହିତ ପ୍ରତ୍ୟକ୍ଷ ବାର୍ତ୍ତାଳାପ ଜରିଆରେ ଆତ୍ମ ବିଶ୍ୱାସ ଓ ଏହାର ବିଭିନ୍ନ କୌଶଳ ସମ୍ବନ୍ଧରେ ଅନେକ ଉଦାହରଣ ସହ ବୁଝେଇ ଆତ୍ମ ବିଶ୍ୱାସକୁ ସୁଦୃଢ଼ କରି ପ୍ରତ୍ୟେକ କାମ ପ୍ରତି ଆଗଭର ହେବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନର ସଭାପତି ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀ, ସମ୍ପାଦକ ରଘୁନାଥ ମିଶ୍ର, ପ୍ର. ମୁରଲୀ ପ୍ରେମନାଥ ନାୟକ, ପ୍ର. ରବି ନାରାୟଣ ମିଶ୍ର, ଭିସୁଟ ର ଡ. ମନୋଜ କୁମାର ପଟେଲ, ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା, ଉଦିତ ଚନ୍ଦ୍ର ପାଟ୍ଟଯୋଶୀ, ଡା. ଜୟଦେବ ମେହେର, ଗୋଲକ ବିହାରୀ ମିଶ୍ର, ପୃଥବୀରାଜ ମିଶ୍ର, ଶିବ ଶଙ୍କର ଷଡଙ୍ଗୀ, ଦିପାଳୀ ଚୌଧୁରୀ ପ୍ରମୁଖ ଉପସ୍ଥିତି ରହି ପ୍ରୋତ୍ସାହିତ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ରାଜେନ୍ଦ୍ର ପଣ୍ଡା ସମସ୍ତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ବୈଷୟିକ ସହାୟତାରେ ଅଭିନନ୍ଦନ ତ୍ରିପାଠୀ, ଦେବାଶିଷ ମିଶ୍ର, ବିଜୟ ସାହୁ ଓ ସୁନନ୍ଦା ପ୍ରଧାନ ସହାୟତା କରିଥିଲେ। ଶିବିରରେ ୧୩ଟି ବିଦ୍ୟାଳୟର ୨୭ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଜାତୀୟ ସଙ୍ଗୀତ ଗାନ ପରେ ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories