ଫୁଲବାଣୀ: ସ୍ଥାନୀୟ ଟାଉନ ଥାନା ଅନ୍ତର୍ଗତ ଡାକପାଲା ଅଞ୍ଚଳରେ ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଆହତ ଜଣକ ସେହି ଅଞ୍ଚଳର ଅଜିତ ପ୍ରଧାନ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଅଜିତ ରାତି ପ୍ରାୟ ୯ଟା ବେଳେ ନିଜ ଘରକୁ ଫେରୁଥିବା ବେଳେ ଘରଠାରୁ ପ୍ରାୟ ଶହେ ମିଟର ଦୂରରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଦୁଇଟି ଗୁଳି ଅଜିତଙ୍କ ଛାତିରେ ବାଜିବା ଫଳରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଜିତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଟାଉନ ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କିଏ କେଉଁ କାରଣରୁ ଅଜିତଙ୍କୁ ଗୁଳିମାଡ଼ କରିଛି, ସେ ସମ୍ପର୍କରେ କିଛି ଜଣାପଡି ନାହିଁ।
Popular Categories



