www.samajalive.in
Sunday, December 14, 2025
15.1 C
Bhubaneswar

ଅନେକ ଦିନ ପରେ ସମ୍ବଲପୁର ସାଂସଦଙ୍କ ଦେଖା ମିଳିଲା

ସମ୍ବଲପୁର: ସମ୍ବଲପୁର ଓ ଦେବଗଡ଼ ଜିଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ ଅବସରରେ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବଙ୍କୁ ଅନେକ ଦିନ ପରେ ଦେଖିବାକୁ ମିଳିଥିଲା। ୨୦୧୯ ମସିହାରେ ନିର୍ବାଚନ ଜିଣିବା ପରଠାରୁ ସାଧାରଣତଃ ସାଂସଦ ଶ୍ରୀ ଗଙ୍ଗଦେବ ନିର୍ବାଚନ ମଣ୍ଡଳୀ ଅଞ୍ଚଳରୁ ଗାୟବ ରହୁଥିବା ବେଳେ ଅନେକ ଗୁରୁତ୍ୱପୁର୍ଣ୍ଣ ସମୟରେ ମଧ୍ୟ ତାଙ୍କର ଦେଖା ମିଳୁ ନାହିଁ। ଫଳରେ ଜନତାଙ୍କ ମଧ୍ୟରେ ସାଂସଦଙ୍କ ପ୍ରତି ତୀବ୍ର ଅସନ୍ତୋଷ ରହିଛି। ଦୀର୍ଘ ଦିନ ଧରି ସାଂସଦ ମହୋଦୟ ଗାୟବ ରହିବା ପରେ ଗତ ମାସ ୨୦ ତାରିଖରେ ଓଡ଼ିଶାରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଭାଷୀ ମାଧ୍ୟମରେ ଲୋକାର୍ପଣ ଉତ୍ସବ ଅବସରରେ ସମ୍ବଲପୁରରେ ରେଳବାଇ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଦେଖା ମିଳିଥିଲା। ଏହି ଅବସରରେ ସାଂସଦଙ୍କ ଦେଖା ମିଳିବା ପରେ ଦିନ ବ୍ୟାପି କିଛିଟା ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ପୁର୍ନବାର ଗାୟବ ହୋଇଯାଇଥିଲେ। ଏହି ଅବସରରେ ସ୍ଥାନୀୟ ସାର୍କିଟ ହାଉସ ଠାରେ କାର୍ଯ୍ୟକର୍ତ୍ତା ମାନେ ସାକ୍ଷାତକାର କରି ଜନତାଙ୍କ ଅସନ୍ତୋଷ ସମ୍ପର୍କରେ ତାଙ୍କୁ ଅବଗତ କରିବା ସହିତ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିବା ପାଇଁ କହିଥିଲେ। କର୍ମୀଙ୍କୁ ଆଶ୍ୱସନା ଦେବା ପରେ ସାଂସଦ ମହୋଦୟ ଫ୍ଲାଇଟ ଧରିବାର ଅଛି କହି ଚାଲି ଯାଇଥିଲେ।

ଗତ ମାସ ପରେ ଶନିବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଗସ୍ତ ସମୟରେ ତାଙ୍କର ଦେଖା ମିଳିବାରୁ ବିରୋଧୀ ମାନଙ୍କ ସହିତ ସାଧାରଣ ଜନତା ମଧ୍ୟ ସେମାନଙ୍କର ରୋଷ ସାମାଜିକ ଗଣମାଧ୍ୟମ ଜରିଆରେ ଜାହିର କରୁଛନ୍ତି। ସାଂସଦ ମହୋଦୟ ସମ୍ବଲପୁର ଜିଲାରେ ଉପସ୍ଥିତ ଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ମିଷ୍ଟର ଇଣ୍ଡିଆ, ଇଦ କା ଚାନ୍ଦ ଆଦି ବିଭିନ୍ନ ପ୍ରକାରର ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ଶନିବାର ଦିନ ସାରା ଭାଇରାଲ ହୋଇଥିଲା। ସମ୍ବଲପୁରବାସୀ ଏବେ ଏକ ସଙ୍ଗୀନ ପରିସ୍ଥିତି ମଧ୍ୟରେ ଗତି କରିବା ସହିତ କରୋନା ସଙ୍କଟ, ଏପ୍ରିଲ ମାସରେ ହୋଇଥିବା ହିଂସାକାଣ୍ଡ ଆଦି ସମେତ ଅନେକ ଘଟଣା ଘଟିଥିବା ବେଳେ କିନ୍ତୁ ସାଂସଦଙ୍କ କୌଣସି ସମୟରେ ଜନତାଙ୍କ ନିକଟକୁ ନ ଆସିବା ଏବେ ଜନତାଙ୍କ ବାଧୁଛି, ଯାହାର ନକାରାତ୍ମକ ପ୍ରତିଫଳନ ଆଗାମୀ ନିର୍ବାଚନ ସମୟରେ ନିଶ୍ଚିତ ଦେଖାଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories