ପାଟଣା: ଘଟଗାଁ ଥାନା ଢେଙ୍କିକୋଟ ନିକଟ ସାନ୍ତରାପୁର ପଞ୍ଚାୟତ ରଘୁବେଡ଼ା ଗ୍ରାମର ଜଣେ ବିବାହିତ ଯୁବକ ଭୁବନ ନାୟକ ବାଲେଶ୍ଵରରୁ କରମଣ୍ଡଳରେ ଚଢିଥିଲେ। ବାହାନଗା ଦୁର୍ଘଟଣା ପରେ ତାଙ୍କର ଖୋଜଖବର ନାହିଁ। ତାଙ୍କ ମୋବାଇଲ ରିଙ୍ଗ ହୋଉଥିଲେ ମଧ୍ୟ କେହିବି ଉତ୍ତର ଦେଉନାହାନ୍ତି। ଭୁବନ ତାଙ୍କ ପତ୍ନୀ ଶଶି ନାଏକଙ୍କୁ ନର୍ସିଂ ତାଲିମ ପାଇଁ ବାଲେଶ୍ଵରରେ ଛାଡି ଚେନ୍ନାଇ ଅଭିମୁଖେ କରମଣ୍ଡଳରେ ବାହାରିଥିଲେ। ଦୁର୍ଘଟଣା ପରେ ଭୁବନଙ୍କ ଖୋଜ ଖବର ନଥିବାରୁ ତାଙ୍କୁ ଖୋଜିବା ପାଇଁ ଗ୍ରାମରୁ ସମ୍ପର୍କୀୟ ମାନେ ତାଙ୍କ ପତ୍ନି ଶଶିଙ୍କୁ ନେଇ ଭୁବନଙ୍କୁ ଜୀବିତ ଅବା ମୁତ ଅବସ୍ଥାରେ ଠାବ କରିବା ପାଇଁ ବାହାନଗା ଓ ବାଲେଶ୍ଵର ଯାଇଛନ୍ତି।
Popular Categories



