www.samajalive.in
Saturday, December 6, 2025
14.1 C
Bhubaneswar

ବିବାହ ବେଦୀରୁ ଆସି ଭୋଟ ଦେଲେ ନବ ଦମ୍ପତି; ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଶ୍ରୀନଗର: ଏବେ ବି ଅନେକ ଲୋକ ସଚେତନତା ଅଭାବରୁ ଭୋଟ ଦେବାରୁ ବିରତ ରହୁଛନ୍ତି। ଗଣତନ୍ତ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ପଛାଉଛନ୍ତି। କିନ୍ତୁ ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ଜାମ୍ମୁ-କାଶ୍ମୀରର ଉଦ୍ଧମପୁର ବୁଥରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକ ନବ ଦମ୍ପତି ବିବାହ ବେଦୀରୁ ଆସି ଭୋଟ ଦେଇଥିଲେ। ଏହି ଘଟଣା ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। ବର ଏବଂ ବଧୂ ବେଶରେ ସଜ୍ଜିତ ହୋଇ ଭୋଟ ଦେବାକୁ ଆସିଥିବା ଏହି ନବ ଦମ୍ପତିଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିବାହ ସରିବା ପରେ ସେମାନେ ଘରକୁ ନ ଯାଇ ସିଧାସଳଖ ଉଦ୍ଧମପୁର ପୋଲିଂ ବୁଥକୁ ଆସିଥିଲେ। ସେଠାରେ ମତଦାନ କରିବା ପରେ ନିଜ ଘରକୁ ଯାଇଥିଲେ। ସେମାନଙ୍କ ଭୋଟ ଦେବାର ଇଚ୍ଛାଶକ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଗତ ସପ୍ତାହରେ ଉତ୍ତରପ୍ରଦେଶର ବିଜନୋରରେ ଜଣେ ନବ ବିବାହିତ ଯୁବକ ବର ବେଶରେ ପୋଲିଂ ବୁଥ୍‌ରେ ପହଞ୍ଚି ମତଦାନ କରିଥିଲେ। ଏପରି କି ଯୁବକ ଜଣକ ସେଠାରେ ସୁରକ୍ଷା କର୍ମୀଙ୍କ ସହ ଫଟୋ ଉଠାଇଥିଲେ, ଯାହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories