www.samajalive.in
Sunday, December 14, 2025
16.1 C
Bhubaneswar

ଏସ୍‌ବିଆଇ ସଞ୍ଚୟ ଜମା ସୁଧ ହାର ହ୍ରାସ, ଶସ୍ତା ହେବ ଗୃହ ଋଣ ଇଏମ୍‌ଆଇ

ନୂଆଦିଲ୍ଲୀ : ବ୍ୟାଙ୍କ ଜମାକାରୀଙ୍କ ପାଇଁ ଖରାପ ଖବର । କରୋନା ଭାଇରସ ଯୋଗୁଁ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମଙ୍ଗଳବାର ଏହାର ସୁଧହାରରେ ହ୍ରାସ ଘଟାଇଛି । ଏହି ଅନୁଯାୟୀ ବ୍ୟାଙ୍କ ଏହାର ସମସ୍ତ ସଞ୍ଚୟ ଜମା ଖାତା ଉପରେ ସୁଧ ହାର ବାର୍ଷିକ ୩ ପ୍ରତିଶତରୁ ହ୍ରାସ କରି ୨.୭୫ ପ୍ରତିଶତ କରିବାକୁ ଘୋଷଣା କରିଛି । ନୂଆ ସୁଧ ହାର ଚଳିତମାସ ୧୫ ତାରିଖଠାରୁ ଲାଗୁ ହେବ । ବ୍ୟାଙ୍କ ଏପ୍ରିଲ ୧୦ରୁ ସମସ୍ତ ଅବଧିର ଋଣ ଉପରେ କୋଷର ସୀମାନ୍ତ ନିବେଶ ଆଧାରିତ ଋଣ ସୁଧହାର (ଏମସିଏଲଏଆର)ରେ ୦.୩୫ ପ୍ରତିଶତ ହ୍ରାସ ଘଟାଇଛି । ଏମସିଏଲଆରରେ ହ୍ରାସ ଯୋଗୁଁ ଏକ ବର୍ଷ କାଳର ଋଣ ଅବଧି ଉପରେ ସୁଧ ହାର ବାର୍ଷିକ ୭.୭୫ ପ୍ରତିଶତରୁ ହ୍ରାସ ଘଟି ୭.୪୦ ପ୍ରତିଶତ ହୋଇଯିବ । ଏମସିଏଲଆରରେ ୦.୩୫ ପ୍ରତିଶତ ହ୍ରାସ ଦ୍ୱାରା ଗ୍ରାହକଙ୍କୁ ଗୃହ ଋଣର ଇଏମଆଇରେ ସାମାନ୍ୟ ଆଶ୍ୱସ୍ତି ମିଳିବ । ଏଥିରେ ଏମସିଏଲଆର ସଂଯୋଗୀକୃତ ଯୋଗ୍ୟ ଗୃହ ଋଣ ଉପରେ ଇଏମଆଇ ଶସ୍ତା ହେବ । ଏକ ୩୦ ବର୍ଷିଆ ଋଣ ଉପରେ ପ୍ରତି ୧ ଲକ୍ଷ ଟଙ୍କାରେ ଏହା ପାଖାପାଖି ୨୪ ତାଙ୍କ ହେବ । ଏ ସମ୍ପର୍କରେ ଏସବିଆଇ ପକ୍ଷରୁ କୁହାଯାଇଛି ଯେ, ସମ୍ପ୍ରତି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ପର୍ୟ୍ୟାପ୍ତ ମାତ୍ରାରେ ନଗଦ ଅର୍ଥ ରହିଘିବା କାରଣରୁ ବ୍ୟାଙ୍କ ସଞ୍ଚୟ ଜମା ସୁଧ ହାରରେ ୦.୨୫ ପ୍ରତିଶତ କାଟିବାକୁ ନିଷ୍ପତ୍ତି ନେଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories