www.samajalive.in
Sunday, December 14, 2025
26.1 C
Bhubaneswar

‘ସମାଜ’ ରିଲିଫ କମିଟି ପକ୍ଷରୁ ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ସମ୍ବଲପୁର : କରୋନା ଲକ୍‌ଡାଉନ ଯୋଗୁ ଜୀବିକା ହରାଇଥିବା ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ଶତାଧିକ ଅସହାୟ ପରିବାରଙ୍କୁ ‘ସମାଜ’ ରିଲିଫ କମିଟି ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ବିଶେଷ କରି ପାଞ୍ଚଗଛିଆ ମୁଣ୍ଡାପଡ଼ା, ଡୁମେରପଡ଼ା ଓ ଡେଙ୍ଗସର୍ଗିରେ ରହୁଥିବା ୨୫୦ ଅସହାୟ ପରିବାରଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। ପ୍ରତ୍ୟେକ ବିପନ୍ନ ପରିବାରଙ୍କୁ ୪ କିଲୋ ଚାଉଳ, ଅଧ କିଲୋ ଡାଲି, ୧ କିଲୋ ଆଳୁ, ୧ ପ୍ୟାକେଟ ଲୁଣ ଓ ଗୋଟିଏ ପ୍ୟାକେଟ ବିସ୍କୁଟ ସହିତ ୨ଟି ମାସ୍କ ପ୍ରଦାନ କରାଯାଇଛି। ଏହା ସହିତ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ଓ ସାବୁନରେ ବାରମ୍ବାର ହାତ ଧୋଇବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ରିଲିଫ ବଣ୍ଟନ କାର୍ଯ୍ୟରେ ‘ସମାଜ’ ସମ୍ବଲପୁର କାର୍ଯ୍ୟାଳୟର ସହକାରୀ ଶାଖା ପରିଚାଳକ ସଦାଶିବ ମହାପାତ୍ର ଓ ବିତ୍ତ ବିଭାଗର ଲୋକନାଥ ରାଉତ ଏବଂ ଲୋକସେବକ ମଣ୍ଡଳ ସ୍ଥାନୀୟ ଉପଦେଷ୍ଟା କମିଟିର ପ୍ରତିନିଧି ଡା. ଦୁର୍ଗାଶଙ୍କର ଶତପଥୀ ଯୋଗ ଦେଇଥିଲେ। ‘ସମାଜ’ କର୍ମଚାରୀ ତୁଷାର ମହାନ୍ତି, ଦୀପକ ସାହୁ, ଅମୂଲ୍ୟ ଦାଶ ଓ ସଂଜୟ ପୋଢ଼ ପ୍ରମୁଖ ସେମାନଙ୍କୁ ଏହି କାର୍ଯ୍ୟରେ ସହାୟତା କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories