ବ୍ୟାଗ୍‌ରୁ ନବଜାତକ ଉଦ୍ଧାର

ସମାଜ ଡିଜିଟାଲ ଡେସ୍କ: ବାଲେଶ୍ଵର ଜିଲା ଜଳେଶ୍ଵର ୬୦ ନମ୍ବର ଜାତୀୟ ରାଜପଥ ରୂପ୍‌ସା ନିକଟରୁ ଏକ ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଥିସହ ନବଜାତକକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ପୁଲିସ। ଶିଶୁ ପୁତ୍ରଟି କାହାର ଏବଂ କିଏ ଏତେ ନିଷ୍ଠୁର ଭାବେ ତାକୁ ଛାଡ଼ି ଯାଇଛି ସେ ନେଇ କୌଣସି ସୂଚନା ମିଳିନାହିଁ। ରୂପସା ଥାନା ପୁଲିସ ଘଟଣାର ତଦନ୍ତ ଚଳାଇଛି।

Comments are closed.