www.samajalive.in
Tuesday, December 9, 2025
15.1 C
Bhubaneswar

ଦକ୍ଷିଣ ଭାରତରେ ଭ୍ରମଣର ଆନନ୍ଦ : ରୋଜ ଗାର୍ଡ଼େନ

କର୍ମବ୍ୟସ୍ତତା ଜୀବନ ମଧ୍ୟରେ ଲୋକେ ସର୍ବଦା ଭ୍ରମଣ ପାଇଁ କିଛି ସମୟ ବାହାର କରିଥାଆନ୍ତି। ବିଭିନ୍ନ ସ୍ଥାନ ବୁଲିବା ଦ୍ୱାରା ଆନନ୍ଦ, ଉଲ୍ଲାସ ସହ ମାନସିକ ଚିନ୍ତା ମଧ୍ୟ ବହୁ ପରିମାଣରେ ଦୂର ହୋଇଥାଏ। ଆସନ୍ତୁ ଦକ୍ଷିଣ ଭାରତର କିଛି ଅଦ୍ଭୁତ ସ୍ଥାନ ବିଷୟରେ ଜାଣିବା ଯେଉଁଠାରେ ଆପଣ ଭ୍ରମଣର ଆନନ୍ଦ ନେଇପାରିବେ।
ଉଟୀ , ଏହା ଦକ୍ଷିଣ ଭାରତର ତାମିଲନାଡ଼ୁ ରାଜ୍ୟର ଖୁବ ସୁନ୍ଦର ହିଲ ଷ୍ଟେସନ। ଉଟୀ ବୁଲିବା ପାଇଁ ଗଲେ ଆପଣ ଏହା ନିକଟରେ ଥିବା ଅନ୍ୟାନ୍ୟ କେତେକ ସ୍ଥାନ ମଧ୍ୟ ବୁଲିପାରିବେ।
ଚକୋଲେଟ ମ୍ୟୁଜିୟମ-
ଚକୋଲେଟ ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। ଏହି ସ୍ଥାନରେ ଆପଣଙ୍କୁ ବିଭିନ୍ନ ପ୍ରକାରର ଚକୋଲେଟ ଦେଖିବାକୁ ଓ ଖାଇବାକୁ ମିଳିବ। ଚକୋଲେଟ ପ୍ରସ୍ତୁତ କରିବା ମଧ୍ୟ ଆପଣ ଏଠାରେ ଶିଖି ପାରିବେ।
ରେଡ଼ିଓ ଟେଲିସ୍କୋପ –
ଏହି ସ୍ଥାନକୁ ଗଲେ ପର୍ୟ୍ୟଟକମାନେ ଭ୍ରମଣର ଏକ ଭିନ୍ନ ମଜା ନେଇଥାଆନ୍ତି। ଏଠାରେ ଥିବା ଉଟୀ ରେଡ଼ିଓ ଟେଲିସ୍କୋପ ୧୭୪୦ ଫୁଟ ଲମ୍ବା ଏବଂ ୯୮ ଫୁଟ ଚଉଡ଼ା।
ନୀଳଗିରି ମାଉଣ୍ଟେନ ରେଲୱେ –
ଭାରତର ବିଶ୍ୱ ପ୍ରସିଦ୍ଧ ଟଏ ଟ୍ରେନରେ ବୁଲିବାର ମଜା କେହି ହାତଛଡ଼ା କରିବାକୁ ଇଚ୍ଛା କରିନଥାଆନ୍ତି। ଉଟୀ ଯାଇ ଆପଣ ଏଠାରେ ଥିବା ଟଏ ଟ୍ରେନରେ ବସିବାର ଅନୁଭବ ନିଶ୍ଚୟ ନିଅନ୍ତୁ। ଏହି ଟ୍ରେନରେ ଯିବା ସମୟରେ ଆପଣ ବହୁ ସୁନ୍ଦର ପ୍ରାକୃତିକ ସୌନ୍ଦର୍ୟ୍ୟ ଭରା ପରିବେଶ ଦେଖିବାକୁ ପାଇବେ।
ଏବଲାଞ୍ଚ୍‍ ହ୍ରଦ –
ସାଙ୍ଗସାଥି ଓ ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିବା ପାଇଁ ଏହି ସ୍ଥାନର ବିଶେଷତ୍ୱ ଖୁବ ଅଧିକ। ହ୍ରଦର ନିକଟରେ ଥିବା ଆକର୍ଷଣୀୟ ଦୃଶ୍ୟ ମନକୁ ବିମୋହିତ କରିଥାଏ। ଏଠାରେ ଆପଣ ମାଛ ଧରିବାର ମଜା ମଧ୍ୟ ନେଇପାରିବେ।
ଏମରାଲ୍ଡ ହ୍ରଦ –
ଏହି ହ୍ରଦ ଉଟୀର ସାଇଲେଣ୍ଟ ଭ୍ୟାଲେ ଜାତୀୟ ଉଦ୍ୟାନରେ ରହିଛି। ଏଠାରେ ଥିବା ଶସ୍ୟଶ୍ୟାମଳା ପରିବେଶ ଓ ବିଭିନ୍ନ ପ୍ରକାରର ପକ୍ଷୀଙ୍କ ମଧୁର ସ୍ୱର ଏହି ସ୍ଥାନର ସୁନ୍ଦରତାକୁ ଦୁଇ ଗୁଣିତ କରିଥାଏ।
ରୋଜ ଗାର୍ଡ଼େନ –
ଏଲ୍କ ପାହାଡ଼ ନିକଟରେ ଥିବା ରୋଜ ଗାର୍ଡ଼େନ ହେଉଛି ୨ ହଜାର ଠାରୁ ଅଧିକ ପ୍ରକାରର ଗୋଲାପ ମାନଙ୍କର ଗୃହ। ଏଠାକୁ ଭ୍ରମଣ ପାଇଁ ଗଲେ ଆପଣ ପ୍ରକୃତିର ସୁନ୍ଦରତାର ପ୍ରକୃତ ଅନୁଭବ କରିପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories