www.samajalive.in
Saturday, December 6, 2025
16.1 C
Bhubaneswar

ସାମ୍ନାକୁ ଆସିଲା କରୋନାର ନୂଆ ଲକ୍ଷଣ, ଜାଣନ୍ତୁ ରୋଗୀଙ୍କଠାରେ ଦେଖାଯାଉଛି କି ସମସ୍ୟା

କରୋନାରେ ଆକ୍ରାନ୍ତ ହେଲେ ରୋଗୀ ଖାଦ୍ୟପଦାର୍ଥର ସ୍ବାଦ ଏବଂ କୌଣସି ପ୍ରକାର ବାସ୍ନା ବାରିବାରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏହା କରୋନାର ଏକ ପ୍ରମୁଖ ଲକ୍ଷଣ। କିନ୍ତୁ ଏବେ କରୋନାର କିଛି ନୂଆ ଲକ୍ଷଣ ଦେଖିବାକୁ ମିଳିଛି। ଯେଉଁ ରୋଗୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ହୋଇ ରହୁଛନ୍ତି, ସେମାନେ ଅନ୍ୟ କିଛି ଲକ୍ଷଣର ଅନୁଭବ କରୁଛନ୍ତି। ବ୍ରିଟେନର ପ୍ରସିଦ୍ଧ ଇଏନଟି ସର୍ଜନ ପ୍ରଫେସର ନିର୍ମଳ କୁମାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Image Courtesy: Aajtak

ପ୍ରଫେସର ନିର୍ମଳଙ୍କ କହିବା ଅନୁସାରେ, କରୋନାରେ ଦୀର୍ଘ ସମୟ ଧରି ପୀଡ଼ିତ ହେଉଥିବା ରୋଗୀ ମାଛର ତୀବ୍ର ଗନ୍ଧ, ସଲ୍‌ଫର ଏବଂ କିଛି ରୋଗର ଦୁର୍ଗନ୍ଧ ଅନୁଭବ କରୁଛନ୍ତି। ଏହି ଅସାଧାରଣ ପାର୍ଶ୍ଵ ପ୍ରତିକ୍ରିୟାକୁ ‘ପାରୋସ୍‌ମିଆ’ କୁହାଯାଏ, ଯେଉଁଥିରେ ରୋଗୀର ବାସ୍ନା ବାରିବାର କ୍ଷମତା ବିଗିଡ଼ିଯାଇଥାଏ। ଏହି ଲକ୍ଷଣ ବିଶେଷ କରି ଯୁବପିଢ଼ି ଏବଂ ସ୍ବାସ୍ଥ୍ୟକର୍ମୀଙ୍କଠାରେ ଦେଖିବାକୁ ମିଳିଛି। ଏହା ଅତ୍ୟନ୍ତ ଅଜବ ବୋଲି ସେ କହିଛନ୍ତି।

- Advertisement -

ପ୍ରଫେସର ନିର୍ମଳ ହେଉଛନ୍ତି ସେହି ଡାକ୍ତରୀ ଟିମ୍‌ର ଜଣେ ସଦସ୍ୟ, ଯେଉଁ ଟିମ୍‌ ଗତ ମାର୍ଚ୍ଚରେ କରୋନାର ପ୍ରମୁଖ ଲକ୍ଷଣ ‘ଏନୋସ୍‌ମିଆ’କୁ ଚିହ୍ନଟ କରିଥିଲେ। ଅର୍ଥାତ୍‌ କରୋନା ରୋଗୀଙ୍କ ଘ୍ରାଣ ଶକ୍ତି ହ୍ରାସ ପାଉଥିବା ଡାକ୍ତରୀ ଟିମ୍‌ ଚିହ୍ନଟ କରିଥିଲା।

Image Courtesy: Aajtak

ଏକ ଖବର ସରବରାହ ସଂସ୍ଥା ସହ ଆଲୋଚନା ବେଳେ ପ୍ରଫେସର କହିଛନ୍ତି, ବ୍ରିଟେନରେ ଦୀର୍ଘ ସମୟ ଧରି ‘ଏନୋସମିଆ’ର ଚିକିତ୍ସା କରାଉଥିବା ହଜାର ହଜାର କରୋନା ରୋଗୀଙ୍କ ମଧ୍ୟରୁ କିଛି ରୋଗୀ ‘ପାରୋସମିଆ’ର ଅନୁଭବ କରୁଛନ୍ତି। ଏହି ରୋଗୀମାନଙ୍କଠାରେ ଘ୍ରାଣ ଶକ୍ତି ବିଗିଡ଼ି ଯାଉଛି। ଅଧିକାଂଶ ରୋଗୀ ଆପେ ଆପେ କିଛି ଦୁର୍ଗନ୍ଧ ଅନୁଭବ କରୁଛନ୍ତି, ଯାହାଦ୍ବାରା ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏହା ସେମାନଙ୍କ ଜୀବନକୁ ପ୍ରଭାବିତ କରୁଛି।

ଲଣ୍ଡନର ୨୪ ବର୍ଷୀୟ ଡାନିଏଲ ସେଭେସ୍କି କହିଛନ୍ତି, ଗତ ମାର୍ଚ୍ଚରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ୨ ସପ୍ତାହ ପର୍ଯ୍ୟନ୍ତ ସେ ସ୍ବାଦ ଏବଂ ଗନ୍ଧ ବାରିବାର କ୍ଷମତା ହରାଇଥିଲେ। ଏବେ ସେ ପାରୋସମିଆରେ ପୀଡ଼ିତ। ସେ ଅଧିକାଂଶ ସମୟରେ ସଲ୍‌ଫର ଦୁର୍ଗନ୍ଧ ଅନୁଭବ କରୁଛନ୍ତି। ଲିନ୍‌ କୋଭର୍ଟ ନାମ୍ନୀ ଅନ୍ୟ ଜଣେ ମହିଳା କହିଛନ୍ତି, ଗତ ମାର୍ଚ୍ଚରେ ତାଙ୍କର ସ୍ବାଦ ଏବଂ ବାସ୍ନା ବାରିବାର କ୍ଷମତା ଚାଲିଯାଇଥିଲା। ଜୁନ ମାସରେ ତାଙ୍କର ଘ୍ରାଣ ଶକ୍ତି ଫେରିଥିଲା। କିନ୍ତୁ ତାହା ପୂର୍ବପରି ନ ଥିଲା। ସେ ଅଧିକାଂଶ ସମୟରେ ଖରାପ ଗନ୍ଧ ଅନୁଭବ କରୁଥିଲେ। ଏବେ ସେ ବିୟର ଏବଂ ପେଟ୍ରୋଲ ଭଳି ବାସ୍ନା ଅନୁଭବ କରୁଛନ୍ତି।

ବ୍ରିଟେନରେ ପାରୋସମିଆ ରୋଗୀଙ୍କ ପାଇଁ ‘ସ୍ମେଲ ଟ୍ରେନିଂ’ ନାମରେ ଅନେକ ଥେରାପି ଦ୍ବାରା ଚିକିତ୍ସା କରାଯାଉଛି। ଏହି ଥେରାପିରେ ରୋଗୀଙ୍କୁ ପ୍ରତିଦିନ ପ୍ରାୟ ୨୦ ସେକେଣ୍ଡ ପାଇଁ ଗୋଲାପ, ଲେମ୍ବୁ, ଲବଙ୍ଗ ତେଲ ଶୁଙ୍ଘିବାକୁ ଦିଆଯାଉଛି। ଏହା ଦ୍ବାରା ଧୀରେ ଧୀ​‌ରେ ସେମାନଙ୍କଠାରେ ଘ୍ରାଣ ଶକ୍ତି ଫେରାଇ ଅଣଯାଇପାରିବ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories