www.samajalive.in
Friday, December 12, 2025
15.1 C
Bhubaneswar

ଆର୍ଯ୍ୟନଙ୍କ ମାମଲାର ନୂଆ ମୋଡ଼ : ଗିରଫ ପଛରେ ୧୮କୋଟିର ଲାଞ୍ଚ କାରବାର ଅଭିଯୋଗ

ମୁମ୍ବଇ : ମାଦକ ଦ୍ରବ୍ୟ କାରବାର ଅଭିଯୋଗରେ ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କ ଗିରଫ ଘଟଣାରେ ନୂଆ ମୋଡ଼ ଆସିଛି। ଏହି ମାମଲାର ଜଣେ ସାକ୍ଷୀଙ୍କ ଅଭିଯୋଗ ଅନୁଯାୟୀ ଆର୍ଯ୍ୟନଙ୍କ ଗିରଫ ପଛରେ କୋଟି କୋଟି ଟଙ୍କା ଲାଞ୍ଚ କାରବାର ହୋଇଛି। ଲାଞ୍ଚ କାରବାରର ଅଭିଯୋଗ ଆଣିଥିବା ସାକ୍ଷୀ ଜଣଙ୍କ ହେଉଛନ୍ତି ପ୍ରଭାକର ସେଲ୍‌। ପ୍ରଭାକର ଏହି ମାମଲାର ଜଣେ ସ୍ବାଧୀନ ସାକ୍ଷୀ। ପ୍ରଭାକର ହେଉଛନ୍ତି ନାର୍କୋଟିକ୍ସ କ​‌େ​‌ଣ୍ଟ୍ରାଲ ବ୍ୟୁରୋ (ଏନସିବି)ର ସାକ୍ଷୀ କେପି ଗୋସାଭିଙ୍କ ଅଙ୍ଗରକ୍ଷୀ ଓ ଗାଡି ଚାଳକ। ଅକ୍ଟୋବର ୬ରେ ଏନସିବି ୯ଜଣଙ୍କୁ ନିଜର ସାକ୍ଷି ଭାବେ ଘୋଷଣା କରିଥିଲା। ଏହି ୯ଜଣିଆ ସାକ୍ଷୀ ତାଲିକାରେ ଗୋସାଭି ପ୍ରଥମରେ ରହିଥିଲେ। ତେବେ ଆର୍ଯ୍ୟନ ଖାଁଙ୍କ ସହିତ ଗୋସାଭିଙ୍କ ସେଲଫି ପ୍ରସାରିତ ହେବା ପରେ ସେ ଏବେ ଫେରାର ଅଛନ୍ତି। ମୁମ୍ବଇ (କ୍ରୁଜ୍‌) ବିଳାସପୂର୍ଣ୍ଣ ଜାହାଜରେ ମାଦକ ଦ୍ରବ୍ୟ କାରବାର ଓ ଆର୍ଯ୍ୟନଙ୍କ ଗିରଫ ଘଟଣାରେ ଏନସିବି ପକ୍ଷରୁ ଜଣେ ସାକ୍ଷୀ। ଏହା ସହିତ କେପି ଗୋସାଭି ଜଣେ ଘରୋଇ ତଦନ୍ତକାରୀ ହୋଇଥିବାବେଳେ ମୁମ୍ବଇ କ୍ରୁଜ୍‌ରେ ମାଦକଦ୍ରବ୍ୟ କାରବାର ନେଇ ଏନସିବିକୁ ସୂଚନା ଦେଇଥିଲେ। ଗୋସାଭିଙ୍କ ସୂଚନା ଆଧାରରେ ଏନସିବି ଜାହାଜରେ ଚଢ଼ଉ କରିଥିଲା।
ପ୍ରଭାକର ଏକ ନୋଟାରୀ ସତ୍ୟପାଠ ମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ ଆର୍ଯ୍ୟନଙ୍କ ମୁକ୍ତି ପାଇଁ ଏନସିବିର ଆଞ୍ଚଳିକ ନିର୍ଦେଶକ ସମୀର ୱାଙ୍ଖେଡେଙ୍କ ପକ୍ଷରୁ ୨୫କୋଟି ଟଙ୍କା ଦାବି କରାଯାଇଥିଲା। ମୁମ୍ବଇ କ୍ରୁଜ୍‌ ଚଢ଼ଉରେ ଆର୍ଯ୍ୟନଙ୍କ ଗିରଫ ପରେ ଏହି ଟଙ୍କା କାରବାର କଥା ଉଠିଥିଲା। ପ୍ରଭାକର କହିଛନ୍ତି ଯେ ମୁମ୍ବଇ କ୍ରୁଜ୍‌ରେ ହୋଇଥିବା ଚଢ଼ଉ ସମୟରେ ସେ ଗୋସାଭିଙ୍କ ସହ ସେଠାରେ ଉପସ୍ଥିତ ଥିଲେ। ଏନସିବି କାର୍ଯ୍ୟାଳୟ ନିକଟରେ ଗୋସାଭିଙ୍କ ସହିତ ସାମ୍ ନାମକ ଜଣେ ବ୍ୟକ୍ତିଙ୍କର ସାକ୍ଷାତ ହୋଇଥିଲା। ପରେ ଉଭୟ ଲୋୟର ପାରେଲ ଅଭିମୁଖେ ଯାଇଥିଲେ। ସେଠାରେ ଉଭୟ ଶାହାରୁଖ ଖଁାଙ୍କ ପରିଚାଳକ ପୂଜା ଡଡଲାନିଙ୍କୁ ଭେଟିଥିଲେ। ଗୋସାଭି ଓ ସାମ ତାଙ୍କ କଥାବାର୍ତ୍ତାରେ ୨୫କୋଟି ଟଙ୍କା ଦାବି କରିଥିଲେ। ପରେ ୧୮କୋଟି ଟଙ୍କାରେ ବୁଝାମଣା ହୋଇଥିଲା। ପ୍ରଭାକର କହିଛନ୍ତି ବୁଝାମଣା ସମୟରେ ଗୋସାଭି କହିଥିଲେ ଯେ ୧୮କୋଟି ଟଙ୍କାରୁ ୮ କୋଟି ଟଙ୍କା ୱାଙ୍ଖେଡେ ନେବେ। ଅବଶିଷ୍ଟ ୧୦କୋଟି ଅନ୍ୟମାନଙ୍କ ମଧ୍ୟରେ ବଣ୍ଟାଯିବ। ପ୍ରଭାକର କହିଛନ୍ତି ଯେ ଏହି ଲାଞ୍ଚ ବୁଝାମଣା ପରଦିନ ସକାଳେ ତାଙ୍କୁ ଟାର୍ଡେଓ ପଠାଯାଇଥିଲା। ସେଠାରେ ସେ ଏକ ଧଳା କାରରୁ ୫୦ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ। ପରବର୍ତ୍ତୀ ସମୟରେ ଗୋସାଭି ତାଙ୍କୁ ଏହି ଟଙ୍କାକୁ ନେଇ ଟ୍ରିଡେଣ୍ଟ ହୋଟେଲ ନିକଟରେ ସାମ୍‌ଙ୍କୁ ଫେରାଇ ଦେବାକୁ କହିଥିଲେ। ସାମ୍‌ଙ୍କୁ ଟଙ୍କା ଫେରାଇବା ସମୟରେ ସେ ଅଭିଯୋଗ କରିଥିଲେ ଯେ ୫୦ଲକ୍ଷରୁ ୧୨ଲକ୍ଷ ଟଙ୍କା କମ୍ ଅଛି। ଫଳରେ ସାମ୍ ସେଠାରୁ ଗୋସାଭିଙ୍କୁ ଫୋନ କରିଥିଲେ ଓ ଗୋସାଭି କହିଥିଲେ ଯେ ଦୁଇ-ତିନି ଦିନ ମଧ୍ୟରେ ଅବଶିଷ୍ଟ ଟଙ୍କା ଫେରାଇ ଦେବେ। ତେବେ ପ୍ରଭାକରଙ୍କ ଏହି ଲାଞ୍ଚ ଅଭିଯୋଗକୁ ସମୀର ୱାଙ୍ଖେଡେ ଖଣ୍ଡନ କରିଛନ୍ତି। ସମୀର କହିଛନ୍ତି ଯେ ପ୍ରଭାକରଙ୍କ ଅଭିଯୋଗ ଉପରେ ସେ ଉପଯୁକ୍ତ ଜବାବ ଅଦାଲତରେ ଦେବେ।
ଏହି ଅଭିଯୋଗ ପୂର୍ବରୁ ପ୍ରଭାକର ଅଭିଯୋଗ କରିଥିଲେ ଯେ ଏନସିବି ତାଙ୍କ ଠାରୁ ସାଦା ପଞ୍ଚନାମା (କାଗଜ)ରେ ସ୍ବାକ୍ଷର କରାଇ ନେଇଛି। ଏପରିକି ସମୀର ୱାଙ୍ଖେଡେଙ୍କ ଠାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି। କାରଣ କେପି ଗୋସାଭି ଏବେ ସନ୍ଦେହଜନକ ଭାବେ ନିଖୋଜ। ମୁମ୍ବଇ କ୍ରୁଜ୍‌ରେ ଏନସିବି ଚଢଉ ସମୟରେ ପ୍ରଭାକର କେତେକ ଭିଡିଓ ଉତ୍ତୋଳନ କରିଥିଲେ। ଗୋଟିଏ ଭିଡିଓରେ ଦେଖାଯାଉଛି ଯେ ଗୋସାଭି ନିଜ ମୋବାଇଲ ଫୋନ୍‌ରେ ଆର୍ଯ୍ୟନ ଖାଁଙ୍କ ସ୍ବର ରେକର୍ଡ କରୁଛନ୍ତି। ପ୍ରଭାକର ତାଙ୍କ ସତ୍ୟପାଠରେ ଆହୁରି ଅଭିଯୋଗ କରିଛନ୍ତି ଯେ ମୁମ୍ବଇ କ୍ରୁଜ୍‌ରେ ଚଢଉ ଜାହାଜରେ ଥିବା କେତେକ ଲୋକଙ୍କୁ ଚିହ୍ନଟ କରିବା ଲାଗି ତାଙ୍କୁ କୁହାଯାଇଛି। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ଫଟୋ ତାଙ୍କ ପାଖକୁ ହ୍ବାଟ୍ସଆପ୍ ମାଧ୍ୟମରେ ପଠାଯାଇଛି। ଅକ୍ଟୋବର ୨ ତାରିଖ ରାତିରେ ମୁମ୍ବଇ କ୍ରୁଜ୍‌ରେ ଏନସିବି ଚଢଉ ପରେ ଆର୍ଯ୍ୟନ ଗିରଫ ହୋଇ କାରାଗାରରେ ଅଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories