www.samajalive.in
Saturday, December 13, 2025
21.1 C
Bhubaneswar

ଭାରତରେ ଡେଲଟା ପ୍ଲସ୍ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ : ୟୁରୋପରେ ଦେଖାଯାଇଥିବା କରୋନାର ନୂଆ ପ୍ରଜାତି ଭୂତାଣୁ ଭାରତକୁ ବ୍ୟାପିଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି)ର ତଥ୍ୟ ଅନୁଯାୟୀ ମଧ୍ୟପ୍ରଦେଶ ଇନ୍ଦୋର​​‌ରେ‌ ୭ଜଣ ନୂଆ ପ୍ରକାରର ଡେଲଟା ପ୍ଲସ୍ ଭୂତାଣୁ ଏୱାଇ.୪.୨ ଦ୍ବାରା ସଂକ୍ରମିତ ହୋଇଛନ୍ତି। ସେପ୍ଟେମ୍ବରରେ ଏନସିଡିସି ଦ୍ବାରା ସଂଗ୍ରହ କରାଯାଇଥିବା କରୋନା ସ୍ବାବ ନମୁନାରେ ଏହି ପ୍ରଜାତିର ଭୂତାଣୁ ରହିଥିବା କୁହାଯାଇଛି। ଇନ୍ଦୋର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଏସ୍ ସେଟିୟାଙ୍କ କହିବା ଅନୁଯାୟୀ ମାହୋ କ୍ୟାଣ୍ଟନମେଣ୍ଟରେ କାର୍ଯ୍ୟରତ ସେନାର ଦୁଇଜଣ ଅଧିକାରୀ ମଧ୍ୟ ନୂଆ ପ୍ରଜାତି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଏହି ନୂଆ ପ୍ରଜାତିର ଭୂତାଣୁକୁ ନେଇ ସେପ୍ଟେମ୍ବରରେ ଇନ୍ଦୋର ସହରରେ ସଂକ୍ରମଣ ବୃଦ୍ଧି ପାଇଥିଲା। ଏପରିକି ଅଗଷ୍ଟ ତୁଳନାରେ ୬୪% ଅଧିକ ସଂକ୍ରମଣ ହୋଇଥିଲା। ଡାକ୍ତର ସେଟିୟା କହିଛନ୍ତି ଯେ ସେପ୍ଟେମ୍ବର ୨୩ରୁ ୨୫ ତାରିଖ ମଧ୍ୟରେ ୩୦ଜଣ ସେନା କର୍ମଚାରୀ କୋଭିଡ-୧୯ ସଂକ୍ରମିତ ହୋଇଥିଲେ। ସମସ୍ତେ ଦୁଇ ପାନ ଟିକା ନେଇ ସାରିଥିଲେ।
ଏମଜିଏମ୍ ଭେଷଜ ମହାବିଦ୍ୟାଳୟର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଅନିତା ମୁଥା କହିଛନ୍ତି ଯେ ନୂଆ ପ୍ରଜାତି ଏୱାଇ.୪.୨ ଡେଲାଟା ପ୍ରଜାତିରୁ ସୃଷ୍ଟି। ଏହା ଡେଲାଟା କିମ୍ବା ଡେଲାଟା ପ୍ଲସ୍‌ ଭୂତାଣୁର ରୂପ ନୁହେଁ। ଇନ୍ଦୋର ପୂର୍ବରୁ ମହାରାଷ୍ଟ୍ରରେ ପ୍ରଥମେ ଏହି ନୂଆ ପ୍ରଜାତି ଦେଖାଯାଇଥିଲା।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories