www.samajalive.in
Monday, December 15, 2025
27.1 C
Bhubaneswar

ନୂତନ ରାସନ କାର୍ଡ ବଣ୍ଟନ

ଚାନ୍ଦବାଲି : ଜାତୀୟ ପଞ୍ଚାୟତରାଜ ଦିବସ ଉପଲକ୍ଷେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ସହ ନୂତନ ରାସନ କାର୍ଡ ପ୍ରଦାନ କରିଥିଲେ। ଏହି ପରିପେକ୍ଷୀରେ ଚାନ୍ଦବାଲି ବ୍ଲକ ପରିସରରେ ପଞ୍ଚାୟତରାଜ ଦିବସ ପାଳନ ସହ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଥିଲା । ଚାନ୍ଦବାଲି ବିଡ଼ିଓ ଦାୟିତ୍ୱରେ ଥିବା ତହସିଲଦାର ଭବତୋଷ ମଲ୍ଲିକଙ୍କ ଅଧକ୍ଷତାରେ ଚାନ୍ଦବାଲି ବ୍ଲକ ପରିସରରେ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ତହସିଲଦାରଙ୍କ ସମେତ ଚାନ୍ଦବାଲି ବ୍ଲକରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟମାନେ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିଥିଲେ । ପ୍ରାରମ୍ଭରେ ବ୍ଲକ ଅଧକ୍ଷା ମିନତୀ ସୂତାର ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଓ ସଭା ଆରମ୍ଭରେ ଆତଙ୍କୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ମଞ୍ଚରେ ତହସିଲଦାର ଭାବତୋଷ ମଲ୍ଲିକ, ଚାନ୍ଦବାଲି ଏନଏସିଇଓ ଆଭାସ ରଞ୍ଜନ ପାଣିଗ୍ରାହୀ, ସରପଞ୍ଚ ସୁରଭି ନାୟକ, ସମିତି ସଭ୍ୟ ପ୍ରିୟରଞ୍ଜନ ଜେନା, ଅଭୟ ବଳ, ସରତ ବେହୁରିୟା, ସୁବାଶ ଦାସ ଉପସ୍ଥିତ ରହି ମୋଟ ୧୨୦ରୁ ଉର୍ଦ୍ଧ ନୂତନ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ କନିଷ୍ଠ ଯନ୍ତ୍ରୀ ଅମୀୟ ପଲାଇ, ରାଜ୍ୟ କୃଷକ ମୋର୍ଚ୍ଚା ସଦସ୍ୟ ଉପେନ୍ଦ୍ର ରାଉଳ, ମୀନକେତନ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲା ସମ୍ପାଦକ କମଳାକାନ୍ତ ସୂତାର, କିଶୋର ନାୟକ, ଜଗନ୍ନାଥ ରାଉତ, ଦିଲୀପ ରାଉତ, ପୂର୍ଣ୍ଣଚନ୍ଦ୍ର ପାଣି,ବିକାଶ ବେହେରା, ଚନ୍ଦନ ରାଉତ, କିଶୋର ନାୟକ, ତ୍ରିଦୀବେଶ ପ୍ରଧାନ, ସ୍ବଦେଶ ପଣ୍ଡା ଓ ବୃନ୍ଦବନ ମଣ୍ଡକ ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories