www.samajalive.in
Friday, December 12, 2025
14.1 C
Bhubaneswar

ପୌରପାଳିକାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକାର ୭ଟି ୱାର୍ଡ଼ରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।  ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଏଥିରେ ଅତିଥି ଭାବେ ଯୋଗଦେଇ ୬ନମ୍ବର ୱାର୍ଡ଼ରେ ୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ରାସ୍ତା, ୭ନମ୍ବର ୱାର୍ଡ଼ରେ ୧୦ଲକ୍ଷ ୫୦ ହଜାର ଟଙ୍କାର ୨ଟି ରାସ୍ତା, ୧୦ ନମ୍ବର ୱାର୍ଡ଼ରେ ୭ଲକ୍ଷ ୯ହଜାର ଟଙ୍କାର ମିଶନ ଶକ୍ତି ଗୃହ ଓ ୫୩ଲକ୍ଷ ଟଙ୍କାର ୫ଟି ରାସ୍ତା, ୧୯ ନମ୍ବର ୱାର୍ଡ଼ରେ ୭ଲକ୍ଷ ଟଙ୍କାର ଏକ ମିଶନ୍ ଶକ୍ତି ଗୃହ, ମୁକ୍ତା ଯୋଜନାରେ ୨୦ଲକ୍ଷ ଟଙ୍କାର କ୍ଷୁଦ୍ର ଉଦ୍ୟାନ ଓ ବ୍ୟାୟାମ ଶାଳା,୧୦ ଲକ୍ଷ ଟଙ୍କାରେ ହାଉସିଂ ବୋର୍ଡ଼ ଫେଜ୍-୧ର ମୁଖ୍ୟ ରାସ୍ତା, ୦୯ ନମ୍ବର ୱାର୍ଡ଼ରେ ୮ଲକ୍ଷ ୮୮ ହଜାର ଟଙ୍କାର ରାସ୍ତା,୧୩ ନମ୍ବର ୱାର୍ଡ଼ରେ ୧୦ ଲକ୍ଷ ଟଙ୍କାର ରାସ୍ତା ଓ ୪ଲକ୍ଷ ଟଙ୍କାର ଡ୍ରେନ୍, ୧୫ ନମ୍ବର ୱାର୍ଡ଼ରେ ୭ଲକ୍ଷ ଟଙ୍କାର ରାସ୍ତା ଆଦି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ଉପଲକ୍ଷେ ୱାର୍ଡ଼ ମାନଙ୍କରେ ଆୟୋଜିତ କାର୍ଯ୍ୟକ୍ରମ ଗୁଡ଼ିକରେ ପୌରାଧ୍ୟକ୍ଷା ମାନସୀ ସ୍ୱାର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ପୌରଯନ୍ତ୍ରୀ ମହେଶ ପ୍ରସାଦ ମିଶ୍ର, ମୁକ୍ତା  ପ୍ରକଳ୍ପ ସଂଯୋଜିକା ଦେବିକା ମହାନ୍ତି, କନିଷ୍ଠ ଯନ୍ତ୍ରୀ ସଂଜୟ କୁମାର ସାମଲ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ଯୁବ ସଭାପତି ଅର୍ଜୁନ ପଣ୍ଡା, କାଉନସିଲର ଦିଲ୍ଲିପ କୁମାର ସାହୁ, ବିଜୟ କୁମାର ମଲ୍ଲିକ୍, ସୁଜାତା ସାହୁ, କଲ୍ୟାଣୀ ସାହାଣୀ ପ୍ରମୁଖଙ୍କ ସମେତ ବହୁ ପୂର୍ବତନ କାଉନସିଲର, ୱାର୍ଡ଼ କମିଟି ସଦସ୍ୟ ବୃନ୍ଦ ଓ ସାଧାରଣ ଜନତା ଅଂଶ ଗ୍ରହଣ କରିଥିଲେ ।

Hot this week

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

Related Articles

Popular Categories