www.samajalive.in
Saturday, December 6, 2025
16.1 C
Bhubaneswar

ସାମ୍ନାକୁ ଆସିଲା ମହାମାରୀର ଏକ ନୂଆ ଭାରିଆଣ୍ଟ ‘ମ୍ୟୁ’

ନୂଆଦିଲ୍ଲୀ : ପୁଣି କରୋନା ମହାମାରୀର ଏକ ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଥିବା ନେଇ ଖବର ମିଳିଛି। ଡେଲଟା, ଡ଼େଲଟା ପ୍ଲସ, ଆଲ୍ଫା,ବିଟା,ଲାମ୍ବଡ଼ା ,ଗାମା ପରେ ଏବେ ବି.୧.୬୨୧ ଆସିଛି। ଯାହାକୁ ଏମ୍‍ୟୁ ବା ମ୍ୟୁ ବୋଲି ମଧ୍ୟ କୁହାଯାଉଛି। ଏହା ଏବେ ସଭିଁଙ୍କ ଚିନ୍ତାର କାରଣ ପାଲଟିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୂଚନାନୁଯାୟୀ, ଏହି ନୂଆ ଭାରିଆଣ୍ଟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏହି ଭାରିଆଣ୍ଟ ଉପରେ ଅଧିକ ଗବେଷଣା ଜାରି ରହିଛି। ଏହି ଭାରିଆଣ୍ଟ ସହ ଜଡିତ ୪୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଏହା ଅଧିକ ବେଗରେ ବ୍ୟାପୁଥିବାରୁ ଆଉ ଏକ ତରଙ୍ଗ ଆଣିବା ନେଇ ସମ୍ଭାବନା ରହିଛି।
ହୁ’ର କହିବାନୁଯାୟୀ, ମ୍ୟୁ ଭାରିଆଣ୍ଟ ଟିକାର ପ୍ରଭାବକୁ ଅକାମି କରିଦେଇପାରେ। ଏହାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟରେ ଗୁରୁତର ପ୍ରଭାବ ପକାଇପାରେ। ଏହା ଡ଼େଲଟା ଭାରିଆଣ୍ଟ ଠାରୁ ଅଧିକ ଘାତକ ସାବ୍ୟସ୍ତ ହୋଇପାରେ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୦୨୧ରେ ମ୍ୟୁ ଭାରିଆଣ୍ଟ କଲମ୍ବିଆରେ ପ୍ରଥମେ ଚିହ୍ନଟ ହୋଇଥିଲା। ଦେଖୁ ଦେଖୁ ଏହା ଦକ୍ଷିଣ ଆମେରିକା ଏବଂ ୟୁରୋପର କିଛି ସ୍ଥାନରେ ବ୍ୟାପିଲାଣି। ମାତ୍ର ଏହା ଆଗକୁ ଅଧିକ ସଂକ୍ରାମକ ହେବ କି ନାହିଁ ସେନେଇ କୌଣସି ସ୍ପଷ୍ଟତା ଏଯାଏଁ ମିଳିନାହିଁ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories