www.samajalive.in
Saturday, December 6, 2025
15.1 C
Bhubaneswar

ଶେଷରେ ମାନସ ଦାସ ଗିରଫ

ଖୋର୍ଦ୍ଧା : ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଶେଷରେ ଗିରଫ ହୋଇଛନ୍ତି । ମାନସଙ୍କୁ ତାଙ୍କ ଘରୁ ଖୋର୍ଦ୍ଧା ପୁଲିସ ଉଠାଇ ନେଇଥିବା ସୂଚନା ମିଳିଛି। ଏବେ ସେ ପୁଲିସ ହେପାଜତରେ ଅଛନ୍ତି। ମାନସଙ୍କ ନାଁରେ ହତ୍ୟା ଉଦ୍ୟମ, ଧମକ ଓ ନିର୍ଯାତନା ଭଳି ବହୁ ଗୁରୁତର ଅଭିଯୋଗ ଥିଲା। ମାନସ ଦାସ ବେଗୁନିଆ ଅଞ୍ଚଳରେ ନୀରିହ ଆଦିବାସୀଙ୍କ ଉପରେ  ଆତଙ୍କରାଜ ଚଳାଇଥିବା ନେଇ ଅଭିଯୋଗ ହୋଇଥିଲା। ଗତ କିଛି ଦିନ ହେବ ଗୁରୁଜୀ ମାନସଙ୍କ କାରନାମା ଗଣମାଧ୍ୟମରେ ପ୍ରମୁଖ ଖବର ପାଲଟିଥିଲା। ଏବେ ମାନସ ଗିରଫ ପରେ ସେ କିପରି ଏପରି ଶକ୍ତିଶାଳୀ ହେଲା ଏବଂ ତାକୁ ତିଆରି କରିବାରେ କାହାର ହାତ ଅଛି ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ବହୁ ଲୁକ୍କାୟତ ତଥ୍ୟ ପଦାକୁ ଆସିବ ବୋଲି ମଧ୍ୟ କୁହାଯାଉଛି। ମାନସଙ୍କର ବିଭିନ୍ନ ରାଜନେତାଙ୍କ ସହିତ ସିଧାସଳଖ ସମ୍ପର୍କ ରହିଛି। ସେ ସବୁ ଦୃଶ୍ୟ ଗଣମାଧ୍ୟମରେ ପ୍ରଚାରିତ ଓ ପ୍ରକାଶିତ ହୋଇଛି।

ସୂଚନାଯୋଗ୍ୟ ବାପପୁଅଙ୍କୁ ନୃଶଂସ ଭାବେ ମାଡ଼ମରା ଦୃଶ୍ୟ ପ୍ରଘଟ ହେବା ଘଟଣାରେ ବେଗୁନିଆ ଥାନାରେ ମାନବବାଦ ସଙ୍ଗଠନର ମୁଖିଆ ମାନସ ଦାସଙ୍କ ନାମରେ ୨୯ ତାରିଖ ସନ୍ଧ୍ୟାରେ ପୁଣି ଆଉ ଏକ ଅଭିଯୋଗପତ୍ର ଦାଖଲ ହୋଇଛି। ମାଗୁଣୀ ନାୟକ ପୁଅ ଆନନ୍ଦ କୁମାର ଥାନାରେ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି ଅଭିମାନପୁର ଗ୍ରାମର ସ୍ୱପ୍ନେଶ୍ୱର ନାୟକ, ତାଳତୁମ୍ବ ଗ୍ରାମର ମୀନକେତନ ନାୟକ,କରଡ ଗାଡିଆ ଗ୍ରାମର ଟୁଲୁ ବେହେରା,ହଳଦୀପଦା ଗ୍ରାମର ବିଜୟ ନାୟକ ଆମକୁ ଡାକି କହିଲେ ଗୁରୁଜୀ ମାନସ ଦାସ ଡାକିଛନ୍ତି ତୁମେ ଦୁଇଜଣ ଆସ। ସେଠାରେ ଗୁରୁଜୀ ଓ ତାଙ୍କ ପୁଅ ଥିଲେ। ଉପସ୍ଥିତ ଥିବା ସଙ୍ଗଠନର କେତେକ ସଦସ୍ୟ ଆମ ବାପାଙ୍କ ଦେହରୁ ସାର୍ଟ ଖୋଲି ଆଣ୍ଠୁଆ ବସାଇଲେ। ପରେ କୋଠ ଘରକୁ ଡାକି ନେଇ ଠେଙ୍ଗା ଓ ଲୁହା ରଡରେ ନିସ୍ତୁକ ପିଟିଲେ। ଆମେ ଚେତାଶୂନ୍ୟ ହୋଇ ସେଠାରେ ପଡ଼ିଥିଲୁ, ସେମାନେ ଛାଡ଼ି ପଳେଇଥିଲେ। କେହି ନ ଥିଲେ ସକାଳୁ ଆମେ ଜୀବନ ନେଇ ସେଠାରୁ ଆସିଲୁ। ଦିନକ ପୂର୍ବରୁ ମାଗୁଣୀ ନାୟକ ଦେଇଥିବା ଏତଲାରେ ମାନସ ଦାସଙ୍କ ନାଁ ନଥିଲା। ଏନେଇ ମାଗୁଣୀ ନାୟକଙ୍କୁ ପଚାରିବାରେ ସେ କହିଲେ ପ୍ରଥମେ ଯେଉଁ ଅଭିଯୋଗ ପତ୍ର ଦିଆଯାଇଥିଲା ସେଥିଲେ ଭୁଲ ଥିବାରୁ ଥାନା ଅଧିକାରୀ କହିବାରୁ ପରିବର୍ତ୍ତନ କରାଗଲା। ଦ୍ବିତୀୟ ଲେଖା ଥାନା ପାଖ ଚା’ ଦୋକାନୀ ଲେଖିଥିଲେ ସେଥିରେ ମାନସ ଦାସଙ୍କ ନାମ ନାହିଁ। ସବୁ ତାଙ୍କ ନିର୍ଦେଶରେ ହେଉଥିବାରୁ ମାନସ ଦାସଙ୍କ ନାମ ଅଭିଯୋଗପତ୍ରରେ ଯୋଡାଯାଉ ବୋଲି ବୋଲି ସେ ଗଣମାଧ୍ୟମ ଆଗରେ କହିଛନ୍ତି। ମାନସ ଦାସଙ୍କ ବଳ​​‌ରେ‌ ମୋ ଭଳି ଯେଉଁ ଲୋକ ସଙ୍ଗଠନକୁ ବିରୋଧ କଲା ତା’ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ।
ସଙ୍ଗଠନ ପାଇଁ କାମ ନକରିବାରୁ ତାଙ୍କୁ ମାଡ ଦିଆଯାଇଥିବା ମାଗୁଣୀ କହିଛନ୍ତି। ମାଗୁଣୀଙ୍କ ଅଭିଯୋଗ ପରେ ​ବେଗୁନିଆ ପୁଲିସ ୭ଜଣଙ୍କ ନାମରେ ମାମଲା ରୁଜୁ କରିଛି। ବେଗୁନିଆ ବ୍ଲକରେ ନିରୀହ ଆଦିବାସୀଙ୍କୁ ବଳପୂର୍ବକ ମାନବବାଦୀ ସଙ୍ଗଠନରେ ସାମିଲ ହେବାକୁ ବାଧ୍ୟ କରାଯାଉଛି। ମାନବବାଦୀ ସଙ୍ଗଠନରେ କାମ ନକରିବାରୁ ଅଗଷ୍ଟ ଦୁଇ ତାରିଖରେ ଡିଙ୍ଗର ଅଭିମାନପୁର ସତ୍ୟବ୍ରତ ନାୟକକୁ ଅପହରଣ ପରେ ହତ୍ୟା କରି ପୋଡ଼ି ଦିଆଯାଇଥିଲା। ସେହି ଘଟଣାରେ ପୁଲିସ ୬ଜଣଙ୍କୁ ଗିରଫ କରିଛି। ମୃତ ସତ୍ୟବ୍ରତଙ୍କ ପୁତୁରା ଦେଇଥିବା ଅଭିଯୋଗ ପତ୍ରରେ ସଙ୍ଗଠନ ମୁଖ୍ୟ ମାନସ ଦାସଙ୍କ ନାମ ରହିଛି। ତେବେ ଠିକଣା ଉଲ୍ଲେଖ ନାହିଁ। ବେଗୁନିଆର ଅଜଣା ବ୍ୟକ୍ତି ଲେଖି ପୁଲିସ ମାମଲା ରୁଜୁ କରିଛି। ହତ୍ୟାକାଣ୍ଡର ୪ ସପ୍ତାହ ବିତିଥିଲେ ମଧ୍ୟ ପୁଲିସ ମାନସ ଦାସଙ୍କ ନିକଟରେ ପହଞ୍ଚି ନଥି ବା ଅଭିଯୋଗ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories