www.samajalive.in
Sunday, December 14, 2025
19.1 C
Bhubaneswar

ହିରୋ ମୋଟୋକର୍ପ ଆଣିଲା ଏଚଏଫ୍ ଡିଲକ୍ସ ପ୍ରୋ, ରହିଛି ନୂଆ ଫିଚର୍

ନୂଆଦିଲ୍ଲୀ : ହିରୋ ମୋଟୋକର୍ପ ଏଚଏଫ୍ ଡିଲକ୍ସ ପ୍ରୋ ବଜାରରେ ଲଞ୍ଚ୍ କରିଦେଇଛି । କମ୍ପାନୀ ଏହି ନୂଆ ମଡେଲରେ ଟେକ୍ନୋଲୋଜି ଓ ଷ୍ଟାଇଲ୍ ଉଭୟକୁ ସାମିଲ କରିଛି । ଏହି ବାଇକରେ i3s ଟେକ୍ନୋଲୋଜି, ଲୋ ଫ୍ରିକ୍ବେନ୍ସ ଇଞ୍ଜିନ୍, ନୂଆ ଗ୍ରାଫିକ୍ସ, ଏଲଇଡି ହେଡଲାଇଟ୍, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଲୋ ଫ୍ୟୁଲ ଇଣ୍ଡିକେଟର, ୧୮ ଇଞ୍ଚର ହ୍ବିଲ୍ , ଆଡଜଷ୍ଟେବଲ ରିୟର ସସପେନ୍ସନ ଭଳି ଫିଚର୍ ସାମିଲ । ଏହାର ଏକ୍ସ ଶୋରୁମ୍ ଦାମ୍ ୭୩୫୦୦ ଟଙ୍କା ନିର୍ଦ୍ଧାରିତ କରିଛି କମ୍ପାନୀ ।

ଏଥିରେ ୯୭.୨ସିସିର ସିଙ୍ଗଲ ସିଲିଣ୍ଡର ଏୟାର କୁଲ୍ଡ ଇଞ୍ଜିନ୍  ଦିଆଯାଇଛି । ଏଥିରେ ୭.୯ ବିଏଚପିର ସର୍ବାଧିକ ପାଓ୍ବର ଓ ୮.୦୫ ନ୍ୟୁଟନ ମିଟର ସର୍ବାଧିକ ଟର୍କ ଉତ୍ପନ କରିଥାଏ । କମ୍ପାନୀ ତରଫରୁ ଏହି ବାଇକକୁ ଏଣ୍ଟ୍ରି ଲେବଲ ବାଇକ ସେଗମେଣ୍ଟରେ ଲଞ୍ଚ୍ କରାଯାଇଛି । ଏହାର ସିଧା ମୁକାବିଲା ବଜାଜ, ଟିଭିଏସ୍ , ହୋଣ୍ଡାର ଏଣ୍ଟ୍ରି ଲେବଲ ବାଇକ୍ ସହ ହେବ । କହିରଖୁଛୁ ୧୦୦ ସିସି କ୍ଷେତ୍ରରେ ଏଚଏଫ୍ ଡିଲକ୍ସର ଚାହିଦା ବହୁତ ଅଧିକ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories