www.samajalive.in
Sunday, December 7, 2025
13.1 C
Bhubaneswar

ଫାଷ୍ଟାଗରେ ଯୋଡ଼ିହେଲା ନୂଆ ଫିଚର୍‍, ଦୂର ହେବ ଟଙ୍କା ସହ ଜଡ଼ିତ ଅନେକ ସମସ୍ୟା

ନୂଆଦିଲ୍ଲୀ: ନୂଆ ବର୍ଷ ଅର୍ଥାତ୍ ୧ ଜାନୁୟାରୀ ୨୦୨୧ରୁ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଫାଷ୍ଟାଗ୍ (FASTag) ବାଧ୍ୟତାମୂଳକ କରାଯିବ। ଲୋକମାନେ ଫାଷ୍ଟାଗକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତା’ ମଧ୍ୟରୁ ଗୋଟିଏ ହେଉଛି ସେମାନଙ୍କର ଫାଷ୍ଟାଗ ଆକାଉଣ୍ଟରେ ବାଲାନ୍ସ ଅଛି କି ନାହିଁ ଏବଂ ଯଦି ଅଛି ତାହେଲେ କେତେ ଅଛି ତାହା ସେମାନେ ଜାଣିପାରୁ ନ ଥିଲେ। ଏହି ସମସ୍ୟାକୁ ଦୂର କରିବା ପାଇଁ, ଏନ୍‍ଏଚ୍‍ଏଆଇ ନିଜ ମୋବାଇଲ୍ ଆପ୍‍ ‘ମାଇଁ ଫାଷ୍ଟାଗ୍‍ ଆପ’ରେ ଚେକ୍‍ ବାଲାନ୍ସ ଷ୍ଟାଟସ୍‍ ନାମକ ଏକ ନୂତନ ଫିଚର୍‍ ଯୋଡିଛି।

ଆପ୍ ବ୍ୟବହାରକାରୀ ନିଜ ଗାଡିର ନମ୍ବର ଦେବା ମାତ୍ରେ ବାଲାନ୍ସ ଜଣା ପଡିବ । କୌଣସି କାରଣରୁ, ଟୋଲ୍ ପ୍ଲାଜା ସର୍ଭରରେ ଟ୍ୟାଗ୍ ଅପଡେଟ୍ ହୋଇ ନ ଥିଲେ ମଧ୍ୟ ଫାଷ୍ଟାଗ୍ ବ୍ୟବହାର କରୁଥିବା ଲୋକମାନେ ସହଜରେ ସେମାନଙ୍କ ଗାଡିର ଫାଷ୍ଟାଗ୍ ସ୍ଥିତି ବିଷୟରେ ଜାଣିପାରିବେ। ଏହି ନୂତନ ଫିଚର୍‍ ଉଭୟ ଫାଷ୍ଟାଗ ବ୍ୟବହାରକାରୀ ଏବଂ ଟୋଲ ଅପରେଟରମାନଙ୍କ ପାଇଁ ସହାୟକ ହେବ। ଉଭୟ ପକ୍ଷ ବାସ୍ତବ ସମୟ ଆଧାରରେ ଫାଷ୍ଟାଗର ବାଲାନ୍ସ ସହଜରେ ଯାଞ୍ଚ କରିବାକୁ ସମର୍ଥ ହେବେ। କେବଳ ଏତିକି ନୁହେଁ, ଫାଷ୍ଟାଗ୍ ବାଲାନ୍ସ ସହ ଜଡିତ ସମସ୍ୟାର ସମାଧାନ ହୋଇପାରିବ। ଏହା ବ୍ୟତୀତ ଏନ୍‍ଏଚ୍‍ଏଆଇ ମଧ୍ୟ କଳା ତାଲିକାଭୁକ୍ତ ଟ୍ୟାଗର ରିଫ୍ରେଶ୍‍ ଟାଇମକୁ ୧୦ ମିନିଟରୁ ୩ ମିନିଟକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଯାହାଫଳରେ ଇଟିସି ସିଷ୍ଟମରେ ଷ୍ଟାଟସ୍ ଅପଡେଟ୍ ହୋଇପାରିବ ଏବଂ ଟୋଲକୁ ସହଜରେ ପାସ୍ କରିବାକୁ ଆପରେ ସାମ୍ପ୍ରତିକ ସ୍ଥିତି ଦେଖିବାକୁ ମିଳିବ।

- Advertisement -

ଏହା ବ୍ୟତୀତ କଲର୍‍ କୋଡ଼୍‍ ରୂପରେ ଫାଷ୍ଟାଗ୍ ବାଲାନ୍ସ ଷ୍ଟାଟସ୍‍ ବିଷୟରେ ଜାଣିହେବ। ସବୁଜ ରଙ୍ଗର କୋଡ୍ ଏହାର ଅର୍ଥ ହେବ ଯେ ଫାଷ୍ଟାଗ୍ ସକ୍ରିୟ ଏବଂ ଏଥିରେ ପର୍ୟ୍ୟାପ୍ତ ପରିମାଣର ରାଶି ଅଛି । କମଳା ରଙ୍ଗ ସଂକେତର ଅର୍ଥ ଫାଷ୍ଟାଗରେ କମ୍ ପରିମାଣର ଜମା ରାଶି ଅଛି। ସେହିପରି ନାଲି ରଙ୍ଗର କୋଡ୍ ଅର୍ଥ ଫାଷ୍ଟାଗ୍ କଳା ତାଲିକାଭୁକ୍ତ ।

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories