www.samajalive.in
Monday, December 15, 2025
26.1 C
Bhubaneswar

ଆସନ୍ତାକାଲି ନୂଆ ବସଷ୍ଟାଣ୍ଡ ଉଦ୍‌‌ଘାଟନ

ଆଠଗଡ : ସଂପୂର୍ଣ୍ଣ ନବୀକରଣ କରାଯାଇଥିବା ଆଠଗଡ ନୂଆବସଷ୍ଟାଣ୍ଡଟି ପୂର୍ବ ଯୋଜନା ଅନୁଯାୟୀ ନଭେମ୍ବର ୧ତାରିଖରେ ଉଦ୍‌‌ଘାଟିତ ହେବାର ଥିଲା । କିନ୍ତୁ  ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇ ନଭେମ୍ବର ୧ ନୁହେଁ ଅକ୍ଟୋବର ୨୭ ଅର୍ଥାତ୍‌‌ ଆସନ୍ତାକାଲି ନୂଆ ବସଷ୍ଟାଣ୍ଡ ଉଦ୍‌‌ଘାଟିତ ହେବ ବୋଲି ଜଣାପଡିଛି । ପ୍ରାୟ ୪.୧୦କୋଟି ଟଙ୍କା ବ୍ୟୟରେ ସଂପୂର୍ଣ୍ଣ ନବୀକରଣ କରାଯାଇ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡରେ ପରିଣତ କରାଯାଇଥିବା ଆଠଗଡର ନୂଆବସ ଷ୍ଟାଣ୍ଡଟି ଦୀର୍ଘ ପ୍ରାୟ ୪ବର୍ଷ ହେଲା କାର୍ଯ୍ୟକ୍ଷମ ନଥିବାରୁ ଏହି ରାସ୍ତା ଦେଇ ଯାଉଥିବା ପ୍ରାୟ ୭୦ରୁ ଅଧିକ ବସ ବସଷ୍ଟାଣ୍ଡ ସଂଲଗ୍ନ ଖୋଲାଯାଗାରେ ରହି ଯାତ୍ରୀ ପରିବହନ କରୁଥିଲେ। ଆସନ୍ତାକାଲି ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ବସଷ୍ଟାଣ୍ଡକୁ ଉଦ୍‌‌ଘାଟନ କରିବାର ଥିବାବେଳେ ଏଥିରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ସାଂସଦ ଭର୍ତ୍ତୃହରି ମହତାବ ଏବଂ ରାଜ୍ୟ ସଡକ ପରିବହନ ନିଗମର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେବେ ବୋଲି ପୂର୍ତ୍ତବିଭାଗ ସୁତ୍ରରୁ ପ୍ରକାଶ ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories