www.samajalive.in
Saturday, December 6, 2025
14.1 C
Bhubaneswar

ଦେଶରେ ଗୋଟିଏ ଦିନରେ ୧,୮୪,୩୭୨ ନୂଆ ସଂକ୍ରମିତ, ୧୦୨୭ ମୃତ

ନୂଆଦିଲ୍ଲୀ: ସମଗ୍ର ଭାରତକୁ ଗ୍ରାସ କରିବାରେ ଲାଗିଛି କରୋନା ମହାମାରୀ। ଦେଶର ସମସ୍ତ ରାଜ୍ୟକୁ ମାଡିଚାଲିଛି ସଂକ୍ରମଣ। ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ତାହାସହିତ କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧିପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୧,୮୪,୩୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ କରେନା ସଂକ୍ରମିତ ହେବା ଏହା ପ୍ରଥମ। ଏଥିସହିତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩,୮୭୧,୩୨୧କୁ ବୃଦ୍ଧିପାଇଛି। ମୋଟ କୋଭିଡ ସଂକ୍ରମଣ ମାମଲାରେ ଭାରତ ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରେ ତୃତୀୟ ସ୍ଥାନରେ ରହିଥିବା ୱାର୍ଲଡୋମିଟର ସୂତ୍ରରୁ ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁ ୧୦୨୭ ହୋଇଛି। ଫଳରେ ଦେଶରେ କରୋନା ମୃତ୍ୟୁ ମୋଟ ୧,୭୨,୧୧୫କୁ ବୃଦ୍ଧିପାଇଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ରରେ ଆଜିଠାରୁ ଜନତା କର୍ଫ୍ୟୁ ଲାଗୁ କରାଯାଇଛି। ଏଥିସହିତ ସମଗ୍ର ରାଜ୍ୟରେ ୧୪୪ ଧାରା ଜାରି ହୋଇଛି। ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ରାଜ୍ୟରେ ନୂଆ ୬୦,୨୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦିଲ୍ଲୀରେ ୧୩,୪୬୮ କରୋନା ସଂକ୍ରମିତ ହୋଇଛନ୍ତି। ଏଥିସହିତ କେରଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୭୨,୮୮୨, କର୍ଣ୍ଣାଟକ ୧,୦୭୪,୮୬୯, ତାମିଲନାଡୁ ୯୪୦,୧୪୫ ଏବଂ ଆନ୍ଧ୍ରପ୍ରଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୯,୨୮,୬୬୪କୁ ବୃଦ୍ଧିପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories