www.samajalive.in
Saturday, December 13, 2025
26.1 C
Bhubaneswar

ଜାତୀୟ ପୋଷଣ ସପ୍ତାହ ପାଳିତ

ପିପିଲି : ବନ୍ଧନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପକ୍ଷରୁ ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମହାସିଂହପାଟଣା ଗ୍ରାମ ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଠାରେ ଗୁରୁବାର ଜାତୀୟ ପୋଷଣ ସପ୍ତାହ ପାଳିତ ହୋଇଯାଇଛି। ବନ୍ଧନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରିୟତମା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ସରପଞ୍ଚ ମଞ୍ଜୁ ପଣ୍ଡା, ୱାର୍ଡ ସଭ୍ୟା ରଶ୍ମିରେଖା ମିଶ୍ର, ଏଏନ୍‍ଏମ୍‍ ମିନତୀ ଦାସ ପ୍ରମୁଖ ଯୋଗଦେଇ ଜାତୀୟ ପୋଷଣ ସପ୍ତାହ ପାଳନର ଉଦ୍ଦେଶ୍ୟ ସମ୍ପର୍କର୍ରେ ଆଲୋକପାତ କରିଥିଲେ। ପୁଷ୍ଟିକର ଶସ୍ୟ ଓ ଏହାର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କର୍ରେ ଅତିଥିମାନେ ଆଲୋଚନା କରିବା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଓ ପୁଷ୍ଟିର ମହତ୍ତ୍ୱ ବୁଝିବା ପାଇଁ ଲୋକଙ୍କୁ ଉତ୍ସାହିତ କରାଇବା ଲାଗି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳା, ପ୍ରସୂତୀ ମହିଳା, ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟ ସହାୟିକା ଓ ଆଶାକର୍ମୀ ମାନେ ଯୋଗଦେଇଥିଲେ । ବନ୍ଧନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଏଚ୍‍ସିଓ ଶୁଭସ୍ମିତା ସାମଲ, ଲିମା କୁମାରୀ ପଣ୍ଡା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories