www.samajalive.in
Sunday, December 14, 2025
14.1 C
Bhubaneswar

କଟକ ନେତାଜୀ ବସ୍ ଟର୍ମିନାଲ୍ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ

ଡେସ୍କ: ୫-ଟି ଅଧ୍ୟକ୍ଷ କଟକରେ ନୂତନ ଭାବେ ନିର୍ମିତ ଓ କାର୍ଯ୍ୟକ୍ଷମ ହୋଇଥିବା ନେତାଜୀ ବସ୍ ଟର୍ମିନାଲ୍ ଆଜି ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଲୋକଙ୍କ ମତାମତ ଜାଣିବା ପାଇଁ ଯାତ୍ରୀ, ବିକ୍ରେତା, ସେବା ପ୍ରଦାନକାରୀ, ବସ୍ ଅପରେଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଇଣ୍ଟିଗ୍ରେଟେଡ୍ ସୂଚନା ପରିଚାଳନା ପ୍ରଣାଳୀକୁ ଆହୁରି ମଜବୁତ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି ଯାହା ଯାତ୍ରୀଙ୍କ ଅଭିଜ୍ଞତା ଏବଂ ଯାତ୍ରୀମାନଙ୍କ ମୁକ୍ତ ଚଳାଚଳକୁ ସୁନିଶ୍ଚିତ କରିବ।

ଏହା ଛଡା ସେ ବରିଷ୍ଠ ଅଧିକାରୀମାନଙ୍କ ସହ ପରିବର୍ତ୍ତିତ ତାଳଦଣ୍ଡା କେନାଲ ମଧ୍ୟ ପରିଦର୍ଶନ କରିଥିଲେ। ସେ ପରାମର୍ଶ ଦେଇଛନ୍ତି ଯେ କେନାଲରେ ଥିବା ଦୃଶ୍ୟମାନ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ଉଚିତ କାରଣ ଏହା କଟକ ସହରର ଲୋକଙ୍କ ପାଇଁ ସବୁବେଳେ ଆକର୍ଷଣୀୟ ହୋଇ ରହିବ। ଆଜିର ଏହି ପରିଦର୍ଶନ ସମୟରେ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, କଟକ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories