www.samajalive.in
Saturday, December 6, 2025
16.1 C
Bhubaneswar

ନେପାଳରେ ତିଆରି ହେବ ଭବ୍ୟ ରାମମନ୍ଦିର ; ସରକାର ଯୋଗାଇଲେ ପାଣ୍ଠି

କାଠମାଣ୍ଡୁ: ନେପାଳର ଅଯୋଧ୍ୟାପୁରୀରେ ନିର୍ମାଣ ହେବ ଭଗବାନ ଶ୍ରୀରାମଙ୍କର ଏକ ଭବ୍ୟ ମନ୍ଦିର। ଏଥିପାଇଁ ନେପାଳ ସରକାର ଅର୍ଥ ବ୍ୟବସ୍ଥା କରିଛନ୍ତି। ତାହାସହିତ ଭଗବାନ ପଶୁପତିନାଥଙ୍କ ମନ୍ଦିରର ମରାମତି ଓ ଆଧୁନିକୀକରଣ କରାଯିବ। ପଶୁପତିନାଥ ମନ୍ଦିର ପାଇଁ ସରକାର ୩୫୦ ନିୟୁତ ଟଙ୍କା ବରାଦ କରିଛନ୍ତି। ଏଥିସହିତ ରାମମନ୍ଦିର ପାଇଁ ମଧ୍ୟ ଅର୍ଥ ଯୋଗାଇ ଦିଆଯାଇଛି। ଦେଶରେ ସଂପ୍ରତି ଲାଗିରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିôଥବା ୧୬୪୭.୬୭ ବିଲିଅନ ଟଙ୍କା ବଜେଟର ଅଂଶବିଶେଷ ଭାବରେ ଦୁଇ ମନ୍ଦିର ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି। ଦେଶର ଅର୍ଥମନ୍ତ୍ରୀ ବିଷ୍ଣୁ ପୋଉଦିୟାଲ ମଧ୍ୟ ତାଙ୍କ ଦେଶରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସକାଶେ ସେଠାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ନିମନ୍ତେ ଏକମାସ ପାଇଁ ଭିସା ଦେୟ ଛାଡ ଘୋଷଣା କରିଛନ୍ତି। ଦେଶରେ ଚାରିଟି ଆନ୍ତର୍ଜାତିକ ବିମାନବନ୍ଦର ଏବଂ ଅନ୍ୟ ଘରୋଇ ବିମାନବନ୍ଦରର ଭିତ୍ତିଭୂମି ପାଇଁ ସରକାର ୨୦ ବିଲିଅନ ଟଙ୍କା ବରାଦ କରିଥିବା ଜଣାଯାଇଛି। ଚିତାୱାନସ୍ଥିତ ଅଯୋଧ୍ୟାପୁରୀରେ ରାମମନ୍ଦିର ନିର୍ମାଣ ପାଇଁ ଅର୍ଥ ବରାଦ କରାଯାଇଥିଲେ ମଧ୍ୟ ତାହାର ପରିମାଣ ପ୍ରକାଶ କରାଯାଇନାହିଁ। ସୂଚନାଯୋଗ୍ୟ ଯେ ନେପାଳର ବିବାଦୀୟ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଗତବର୍ଷ ଜୁଲାଇ ମାସରେ କହିଥିଲେ ପ୍ରଭୁ ଶ୍ରୀରାମଙ୍କର ପ୍ରକୃତ ଜନ୍ମସ୍ଥାନ ଭାରତ ନୁହେଁ, ନେପାଳରେ ଅବସ୍ଥିତ ଏବଂ ଶ୍ରୀରାମ ନେପାଳ ଦକ୍ଷିଣ ଭାଗରେ ଥୋରିଠାରେ ଜନ୍ମ ହୋଇଥିଲେ। ତାଙ୍କର ଏଭଳି ବିବୃତିକୁ ଉଭୟ ନେପାଳ ଓ ଭାରତରେ ବିଭିନ୍ନ ମହଲାରେ ତୀବ୍ର ସମାଲୋଚନା କରାଯିବା ପରେ ନେପାଳର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇ କୁହାଯାଇଥିଲା ଯେ ଓଲିଙ୍କ ମନ୍ତବ୍ୟ କିଛି ରାଜନୈତିକ ବିଷୟ ସହିତ ଜଡିତ ନୁହେଁ କିମ୍ବା ଏହା କାହାର ଭାବନା ଓ ବିଶ୍ୱାସ ପ୍ରତି ଆଘାତ ପହଞ୍ଚାଇବାକୁ ଉଦ୍ଦିଷ୍ଟ ନୁହେଁ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories