www.samajalive.in
Wednesday, December 10, 2025
23.1 C
Bhubaneswar

ଜନାର୍ଦ୍ଧନପୁର ଶନିଶ୍ଚର ପୀଠରେ ୩୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ

ନେମାଳ : କଟକ ଜିଲା ନେମାଳ ଥାନା ଅନ୍ତର୍ଗତ ଜନାର୍ଦ୍ଧନପୁର ପ୍ରଶିଦ୍ଧ ଶନିଶ୍ଚର ପୀଠରେ ଶନିବାର ୩୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସେବା ପୂଜା ପ୍ରାପ୍ତ ୪ଘଟିକା ସମୟରୁ ଆରମ୍ଭ କରାଯାଇଥିଲା। ସେବାୟତ ମାନଙ୍କ ଦ୍ୱାରା ପ୍ରଭୁଙ୍କର ନିତ୍ୟା ସ୍ନାନ, ମଙ୍ଗଳ ଆଳତି, ପହିଲି ଭୋଗ ଓ ଟୋପର ଲାଗି କରାଯାଇଥିଲା। ପ୍ରାପ୍ତ ୫ଟା ଠାରୁ ପହଡ ଖୋଲାଯାଇ ଭକ୍ତ ମାନଙ୍କର ପାରମ୍ପରିକ ଭୋଗ ଲାଗି କରାଯାଇଥିବା ବେଳେ ଶ୍ରଦ୍ଧାଳୁ ଭକ୍ତ ମାନେ ଜଳ ଲାଗି କରିବା ସହ ଠାକୁରଙ୍କ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁ ଭକ୍ତ ମାନେ ପୂଣ୍ୟତୋୟା ଚିତ୍ରୋତ୍ପଳା ନଦୀରୁ କଳସିରେ ପାଣି ଆଣି ପ୍ରଭୁଙ୍କ ଉପରେ ଢାଳି ସାନିଦ୍ଧ୍ୟ ଲାଭ କରିଥିଲେ। ସମଗ୍ର ଅଞ୍ଚଳ ଠାକୁରଙ୍କ ନାମ ସଂକିର୍ତ୍ତନ ଓ ଆତସବାଜିିରେ ଭରପୁର ହୋଇ ଉଠିଥିଲା। ଏହି ମହୋତ୍ସବ ପାଇଁ ସାଲେପୁର ଏସଡିପିଓ ସୁରେଶ କୁମାର ଦାସ ଓ ନେମାଳ ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୨ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇ ସମଗ୍ର ଉତ୍ସବକୁ ତଦାରଖ କରାଯାଇଥିଲା। ଏହି ଉତ୍ସବକୁ କମିଟି ସଭାପତି ଦେବେନ୍ଦ୍ରନାଥ ସେଠୀଙ୍କ ତତ୍ତ୍ୱାବଧାନରେ ପ୍ରତାପ ଚନ୍ଦ୍ର ପାତ୍ର, ପ୍ରଦୀପ୍ତ କିଶୋର ଷଡଙ୍ଗୀ, ବ୍ରଜବନ୍ଧୁ ବେହେରା, ଅଭୟ କୁମାର ବେହେରା, ସୁଶାନ୍ତ କୁମାର ପାତ୍ର, ବସନ୍ତ ଭାଷ୍କର ଚାରିଟେବୁଲ ଟ୍ରଷ୍ଟର ସଭ୍ୟ ଗୋଲଖ ଚନ୍ଦ୍ର ପରିଡା, ବୈରାଗି ଚନ୍ଦ୍ର ଦଳାଇ, ପ୍ରତାପ ଚନ୍ଦ୍ର ସାହୁ, ସୁଭାଷିଶ ଷଡଙ୍ଗୀ ପ୍ରମୁଖ ପରିଚାଳନା କରିଥିଲେ। ଉକ୍ତ ଉତ୍ସବରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଶିବିର ଆଦି କରାଯାଇଥିବା ବେଳେ ପଞ୍ଚାୟତ କଳା ପରିଷଦ ପକ୍ଷରୁ ଉକ୍ତ ମହୋତ୍ସବ ଉପଲକ୍ଷେ ସ୍ୱାସ୍ଥ୍ୟସେବା ଶିବିର, ପ୍ରସାଦ ବଣ୍ଟନ ଓ ନାଟକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ଉକ୍ତ ଉତ୍ସବରେ ଫନି ପ୍ରଭାବରେ ଭାଙ୍ଗି ଯାଇଥିବା ବିଦ୍ୟୁତ ଖୁଣ୍ଟ ସଜଡା ଯାଇନଥିବାରୁ ବିଦ୍ୟୁତ ସମସ୍ୟା ଦେଖାଯାଇଥିଲା। ଫଳରେ ଜନସାଧାରଣ ମାନେ ନାହିଁ ନଥିବା ହଇରାଣ ହରକତ ହେଉଥିବା ଦେଖାଯାଇଥିଲା।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories