www.samajalive.in
Wednesday, December 10, 2025
23.1 C
Bhubaneswar

ଆଇଡିଆର ନୂଆ ପ୍ଲାନ, ୩୬୫ଦିନ ପର୍ଯ୍ୟନ୍ତ ପ୍ରତିଦିନ ମିଳିବ ୧.୫ଜିବି ଡ଼ାଟା

ନୂଆଦିଲ୍ଲୀ : ନିକଟରେ ଟେଲିକମ କମ୍ପାନୀ ଭୋଡ଼ାଫୋନ ୯୯୯ଟଙ୍କା ଏବଂ ୧,୯୯୯ଟଙ୍କାର ନୂଆ ପ୍ରି-ପେଡ଼ ପ୍ଲାନ ଲଞ୍ଚ କରିଥିଲା। ଭୋଡ଼ାଫୋନ ପରେ ଏ‌ବେ ଆଇଡ଼ିଆ ୯୯୯ଟଙ୍କା ଏବଂ ୧୯୯୯ଟଙ୍କାର ପ୍ଲାନ ଲଞ୍ଚ କରିଛି। ଯାହାର ବୈଧତା ୩୬୫ଦିନ। ଏଥିରେ ପ୍ରତିଦିନ ୧.୫ଜିବି ଡ଼ାଟା ମିଳିବ।
ଆଇଡ଼ିଆର ୯୯୯ଟଙ୍କା ପ୍ଲାନର ବିଶେଷତ୍ବ
ଆଇଡିଆର ୯୯୯ଟଙ୍କାର ପ୍ଲାନ କେବଳ ପଞ୍ଜାବ ସର୍କଲ ପାଇଁ ଉପଲବ୍ଧ ରହିଛି। ଏହି ପ୍ଲାନର ବୈଧତା ୩୬୫ଦିନ। ଏଥିରେ ରୋମିଙ୍ଗ ଏବଂ ହୋମ ସର୍କଲ ପାଇଁ ଅନଲିମିଟେଡ କଲିଙ୍ଗ ମିଳିବ। ପ୍ଲାନରେ ଗ୍ରାହକଙ୍କୁ ଟକଟାଇମ ମିଳିବ ନାହିଁ।
୧୯୯୯ଟଙ୍କା ପ୍ଲାନର ବିଶେଷତ୍ବ
ଏଥିରେ ୩୬୫ଦିନର ବୈଧତା ସହିତ ଆପଣଙ୍କୁ ପ୍ରତିଦିନ ୧.୫ଜିବି ୪ଜି/୩ଜି/୨ଜି ଡାଟା ମିଳିବ। ପ୍ଲାନରେ ସମୁଦାୟ ୫୪୭.୫ଜିବି ଡ଼ାଟା ମିଳିବ। ଏହାସହିତ ଏଥିରେ ଅନଲିମିଟେଡ ଲୋକାଲ, ଏସଟିଡି ଏବଂ ରୋମିଙ୍ଗ କଲିଙ୍ଗ ମିଳିବ। ଏହାବ୍ୟତୀତ ଏହି ପ୍ଲାନରେ ପ୍ରତିଦିନ ୧୦୦ମେସେଜ କରିପାରିବେ। ଏହି ପ୍ଲାନ କେବଳ କେରଳ ସର୍କଲ ପାଇଁ ଉପଲବ୍ଧ ରହିଛି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories