www.samajalive.in
Sunday, December 7, 2025
26.1 C
Bhubaneswar

ନେମାଳରେ ଶାନ୍ତି ଶୃଙ୍ଖଳାରେ ସମାପନ ହେଲା ଦୁର୍ଗା ପୂଜା ଭସାଣି

ନେମାଳ : ଲୁଣା-ଚିତ୍ରୋତ୍ପଳା ଦ୍ୱିପାଞ୍ଚଳର ପ୍ରାଚୀନ ଦୁର୍ଗା ପୂଜା ଭାବେ ପରିଚିତ ପଦ୍ମବନ ପୀଠ ନୋମାଳ ବଙ୍ଗାଳି ସାହିର ଦୁର୍ଗା ପୂଜା। ଏହି ଦୁର୍ଗାପୂଜାର ଭସାଣି ଉତ୍ସବ ବୁଧବାର ଶୃଙ୍ଖଳାର ସହ ସମାପନ ହୋଇଯାଇଛି। ଦଶହରା ପୂଜା ଅବସରରେ ପ୍ରତ୍ୟେହ ଏହି ପୀଠକୁ ବିଭିନ୍ନ ସ୍ଥାନରୁ ବହୁ ଭକ୍ତଙ୍କର ସମାଗମ ହୋଇଥିଲା। ଏଠାରେ ଦୀର୍ଘ ଦଶନ୍ଧି ଧରି ରହିଆସିଛି ମା’ ଦୁର୍ଗାଙ୍କର ପୀଠସ୍ଥଳୀ। ବିଜୟା ଦଶମୀ ଦିନ ପାରମ୍ପରୀକ ରିତିନୀତିରେ ପୂଜାରମ୍ଭ କରାଯାଇ ମାଙ୍କୁ ଦହିଚୁଡା ଓ ପୋଡା ଜହ୍ନି ଲାଗି କରାଯାଇଥିଲା। ପରେ ଦେବୀଙ୍କ ବିସର୍ଜନ ପୂଜା କରାଯାଇ ସଂନ୍ଧ୍ୟା ସମୟରେ ଉକ୍ତ ଗ୍ରାମର ବେଙ୍ଗଲି ବୋହୁ ମାନଙ୍କ ଦ୍ୱାରା କନକାଞ୍ଜଳି ବନ୍ଦନା ବହୁ ଆଡମ୍ବରରେ ପାଳନ କରାଯାଇଥିବା ବେଳେ ୨୧ ପ୍ରକାର ଦ୍ରବ୍ୟ ସାହାର୍ଯ୍ୟରେ ମାଆ ଦୁର୍ଗାଙ୍କ ଉଥାପନ ଉତ୍ସବ ସମାପନ କରାଯାଇଥିଲା। ପରେ ଏକାଦଶୀ ଦିନ ଗୋପାଳ ସଂପ୍ରଦାୟ ଲୋକେ ମାଁଦୁର୍ଗାଙ୍କୁ ପୁଜା ମଣ୍ଡପରୁ ବାହାରକୁ ଆଣିଥିଲେ। ପରେ ମାଆଙ୍କ ସମ୍ମୁଖରେ ଛଡି ଖେଳ କରାଯାଇ ମାଆଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରରେ ଚିତ୍ରୋତ୍ପଳା ନଦୀ ଘାଟକୁ ନିଆଯାଇଥିଲା।ସେଠାରେ ନଦୀ ଜଳ ମଧ୍ୟରେ ଯଥାରିତୀ ପୂଜାଅର୍ଚ୍ଚନା କରାଯିବା ପରେ ନଦୀ ଜଳରେ ବିଷର୍ଜନ କରାଯାଇଥିଲା। ସେହିପରି ନେମାଳ ମାଆ ଜାଗୁଳାଇ ପୀଠରେ ପାଞ୍ଚ ଦିନ ବ୍ୟାପି ଦୁର୍ଗା ପୂଜା ଓ ଚଣ୍ଡିପାଠ କୈଳାସ ଚନ୍ଦ୍ର ଭୋଳଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ନେମାଳ ଥାନା ନିକଟ ମାଁ ତାରଣୀ ପୀଠରେ ଚଣ୍ଡିପାଠ ହରେକୃଷ୍ଣ ପୂଝାରୀ ଓ ମୁକୁନ୍ଦ ବୈସାଖଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories