www.samajalive.in
Saturday, December 6, 2025
14.1 C
Bhubaneswar

ନିର୍ବାଚନ ଲଢିବେ ଅଭିନେତ୍ରୀ ନେହା ଶର୍ମା ? ବାପା ଦେଲେ ସଙ୍କେତ

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ନେହା ଶର୍ମା ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରି ରାଜନୀତିରେ ପ୍ରବେଶ କରିପାରନ୍ତି। ବିହାରର ଭାଗଲପୁରରୁ କଂଗ୍ରେସ ବିଧାୟକ ଥିବା ଅଜିତ ଶର୍ମା ଝିଅ ନେହାଙ୍କର ରାଜନୀତିରେ ପ୍ରବେଶ ନେଇ ସଙ୍କେତ ଦେଇଛନ୍ତି। ନେହା ଆଗାମୀ ଲୋକସଭା ନିର୍ବାଚନ ଲଢିବା ବିଷୟରେ ଅଜିତ ଶର୍ମା ଖୋଲାଖୋଲି ଭାବେ କଥା ହୋଇଛନ୍ତି। ଏଥିସହ ଏହା ଉପରେ ନେହାଙ୍କ ପ୍ରତିକ୍ରିୟା କ’ଣ ତାହା ମଧ୍ୟ ସେ ପ୍ରକାଶ କରିଛନ୍ତି।

- Advertisement -

କଂଗ୍ରେସ ବିଧାୟକ ଅଜିତ ଶର୍ମା ରବିବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ, ସେ ଏବଂ କଂଗ୍ରେସ ଦଳ ଚାହୁଁଛନ୍ତି ଯେ ନେହା ଆସନ୍ତା ଲୋକସଭା ନିର୍ବାଚନ ଲଢନ୍ତୁ। ସେ କହିଛନ୍ତି, ‘‘ମୁଁ ନେହା ସହ ଏ ବିଷୟରେ ଆଲୋଚନା କରିଛି, କିନ୍ତୁ ସେ ବିଭିନ୍ନ କାର୍ଯ୍ୟକ୍ରମ ଓ ଶୁଟିଂରେ ଖୁବ୍‌ ବ୍ୟସ୍ତ ରହୁଛି। ସେ ମୋତେ କହିଲା ଯେ ପାପା ମୁଁ ଏଥର ନିର୍ବାଚନ ଲଢିପାରିବି ନାହିଁ। ଆପଣ କିମ୍ବା ଦଳ ମୋତେ ପାଞ୍ଚ-ଛଅ ମାସ ପୂର୍ବରୁ କହିଥିଲେ ମୁଁ ନିଶ୍ଚିତ ନିର୍ବାଚନ ଲଢିଥା’ନ୍ତି।’’ ଅଜିତ ଶର୍ମା ଆହୁରି କହିଛନ୍ତି, ‘‘ନେହା ପରବର୍ତ୍ତୀ ନିର୍ବାଚନ ଲଢିବାକୁ ​ ଇଚ୍ଛା ପ୍ରକାଶ କରିଛି।’’

ସୂଚନାଯୋଗ୍ୟ, ନେହା ଶର୍ମା ୨୦୧୦ରେ ଇମ୍ରାନ ହାସମୀଙ୍କ ସହ ‘କ୍ରୁକ୍‌’ ଚଳଚ୍ଚିତ୍ର ଜରିଆରେ ବଲିଉଡ଼ରେ ପାଦ ଥାପିଥିଲେ। ଏହାପରେ ସେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ଯେଉଁଥିରେ ୨୦୧୩ରେ ଆସିଥିବା ‘ୟମଲା ପଗଲା ଦିୱାନା ୨’ ଓ ୨୦୨୦ରେ ଆସିଥିବା ଅଜୟ ଦେବଗନଙ୍କ ‘ତାନାଜୀ’ ଆଦି ଚଳଚ୍ଚିତ୍ର ସାମିଲ ଅଛି। ନେହା ସାମାଜିକ ଗଣମାଧ୍ୟମରେ ମଧ୍ୟ ଖୁବ୍‌ ଲୋକପ୍ରିୟ। କେବଳ ଇନ୍‌ଷ୍ଟାଗ୍ରାମରେ ତାଙ୍କର ୨୧ ମିଲିୟନ ଫଲୋୟର୍ସ ଅଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories