www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ଚିକିତ୍ସା କ୍ଷେତ୍ରରେ କୋଶଳାଞ୍ଚଳକୁ ଅବହେଳା

ବଲାଙ୍ଗିର : ସାରା ବିଶ୍ୱରେ ଦେଖା ଦେଇଥିବା କରୋନା ମହାମାରୀ ପାଇଁ ସମସ୍ତେ ଆତଙ୍କିତ। ଏହି ମହାମାରୀର ନିରାକରଣ ପାଇଁ ସମସ୍ତ ମାନବ ସମାଜ ସମ୍ମିଳିତ ଭାବେ ଉଦ୍ୟମ କରୁଥିବା ବେଳେ କୋଶଳାଞ୍ଚଳ ପ୍ରତି ଆଞ୍ଚଳିକ ବୈଷମ୍ୟ ପ୍ରଦର୍ଶନ କରାଯାଇଥିବାକୁ ନିନ୍ଦା କରିଛି କୋଶଳ ରାଜ୍ୟ ସମନ୍ୱୟ ସମିତି। କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ପୁରୋହିତ ମିଳିତ ଭାବେ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ,କରୋନା ଚିକିତ୍ସା କ୍ଷେତ୍ରରେ କୋଶଳାଞ୍ଚଳକୁ ପାତର ଅନ୍ତର କରାଯାଇଛି। ଓଡିଶା ସରକାରଙ୍କ ଭୁଲ ପରିଚାଳନା ନୀତି ଓ ନିଷ୍ପତ୍ତି ଯୋଗୁଁ ଏହି ଅଞ୍ଚଳରେ ମଧ୍ୟ ମହାମାରୀର ସଂକ୍ରମଣର ରୂପ ନେଇ ଆଜି ଭୟାଭୟ ଅବସ୍ଥାରେ ପହଞ୍ଚିଛି। ସୁନ୍ଦରଗଡ ଓ କଳାହାଣ୍ଡିରେ କରୋନା ଜନିତ ମୃତ୍ୟୁ ଘଟଣା ଘଟିବା ପରେ ଏହି ମହାମାରୀରର ଭୟାଭୟତା କୋଶଳବାସୀ ଅନୁଭବ କରୁଥିବା କହିଛନ୍ତି। କରୋନା ମୁକାବିଲା ପାଇଁ କୋଭିଡ-୧୯ ଡାକ୍ତରଖାନା ଗୁଡିକ ବହୁ ଆଡମ୍ବରରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ କୌଣସି ଡାକ୍ତରଖାନାରେ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ତଥା ରୋଗୀମାନଙ୍କୁ ଚିକିତ୍ସା କରିବା ପାଇଁ ଆବଶ୍ୟକୀୟ ଡାକ୍ତର ନଥିବାରୁ ରୋଗୀମାନେ ଅସନ୍ତୁଷ୍ଟ ହୋଇ ପଲେଇ ଆସୁଛନ୍ତି। ଗୋଟିଏ ପକ୍ଷରେ କୋଶଳାଞ୍ଚଳର କେବିକେ ଅଞ୍ଚଳରୁ ଶହେ ଜଣ ଡାକ୍ତରଙ୍କୁ ଜବରଦସ୍ତ ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ଜିଲା ଗଞ୍ଜାମକୁ ନିଆଯାଇ ଏଠାରେ ଚିକିତ୍ସା ଶୂନ୍ୟତା ସୃଷ୍ଟି କରାଯାଇଥିବା ବେଳେ ଅନ୍ୟପକ୍ଷରେ ତଥାକଥିତ କୋଭିଡ ହସ୍ପିଟାଲମାନଙ୍କରେ ଡାକ୍ତର, ଭେଣ୍ଟିଲେଟର ଓ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଓ ବ୍ୟବସ୍ଥା ନଥିବା ଯୋଗୁଁ ଏ ଅଞ୍ଚଳରେ ଭୟାଭୟ ଅବସ୍ଥା ସୃଷ୍ଟି ହେଲାଣି। ସଠିକ ଖବର ଜାଣିବା ପାଇଁ ଆବଶ୍ୟକୀୟ ଟେଷ୍ଟ ହେଉନାହିଁ। ପ୍ରଶାସନ କରୋନାକୁ ଏହା ବ୍ୟବସାୟ ରୂପେ ପରିଣତ କରିଥିବାରୁ ଏହାର ସିବିଆଇ ତଦନ୍ତ କରାଗଲେ ଅନେକ ଅନିୟମିତତା ପଦାକୁ ବାହାରିବ ବୋଲି କମିଟି ଦାବି କରିଛି। ଏଭଳି ଅବହେଳାକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି, ଜାତୀୟ ମାନବାଧିକାର କମିଶନଙ୍କ ଠାରେ ଅପିଲ କରାଯାଇଛି ବୋଲି କେନ୍ଦ୍ରୀୟ ଅଧ୍ୟକ୍ଷ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories