www.samajalive.in
Friday, December 5, 2025
23.1 C
Bhubaneswar

ଭାରତ ମହାକାଶ ପଠାଇବ ୬ଟି ’ଆକାଶ ଆଖି’: ଚୀନ ସେନା ଗତିବିଧି ଉପରେ ରଖିବ ନଜର

ନୂଆଦିଲ୍ଲୀ: ଚୀନ ସେନାର ଗତିବିଧି ସହ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଉପରେ ନଜର ରଖିବା ପାଇଁ ଭାରତ ମହାକାଶରେ ସ୍ଥାପନ କରି ଆଉ ୬ଟି କୃତ୍ରିମ ଉପଗ୍ରହ । ଭାରତୀୟ ସୁରକ୍ଷା ସଂସ୍ଥାର ଆବଶ୍ୟକତା ଅନୁସାରେ ଏହି କୃତ୍ରିମ ଉପଗ୍ରହ ଖୁବ୍ ଶୀଘ୍ର ମହାକାଶରେ ସ୍ଥାପନ ନିମନ୍ତେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହି ଉପଗ୍ରହ ଜରିଆରେ ଭାରତୀୟ ସେନା ଚୀନ ସାମରିକ କାର୍ଯ୍ୟକ୍ରମ ଓ କାର୍ଯ୍ୟକଳାପ ଉପରେ ନଜର ରଖିପାରିବ । 

ଭାରତୀୟ ସୁରକ୍ଷା କର୍ତ୍ତୃପକ୍ଷଙ୍କୁ ଏହି କୃତ୍ରିମ ଉପଗ୍ରହର ଆବଶ୍ୟକତା ଅନୁଭୂତ ହୋଇଛି ।  ଚୀନ ସେନା ଏଲଏସି ନିକଟସ୍ଥ ସିନଜିଆଙ୍ଗ କ୍ଷେତ୍ରରେ ଅଭ୍ୟାସ ନାମରେ ଅସ୍ତ୍ରଶସ୍ତ୍ର ଠୁଳ କରିବା ସହ ୪୦ ହଜାରରୁ ଅଧିକ ସେନା ଏକାଠି କରିବା ସୂଚନା ମିଳିବା ପରେ ଭାରତୀୟ ସୁରକ୍ଷା କର୍ତ୍ତୃପକ୍ଷ କୃତ୍ରିମ ଉପଗ୍ରହର ଆବଶ୍ୟକତା ଅନୁଭବ କରିଛନ୍ତି ।

ଖବର ସରବରାହ ସଂସ୍ଥା ଏଏନଆଇରେ ପ୍ରକାଶିତ ସୂଚନା ଅନୁସାରେ ଭାରତୀୟ ଅଞ୍ଚଳ ଓ ଏଲଏସିରେ ଚୀନ ସେନାର ଗତିବିଧି ଉପରେ ନଜର ରକିବା ପାଇଁ ସାଟେଲାଇଟ୍ ବା କୃତ୍ରିମ ଉପଗ୍ରହର ଆବଶ୍ୟକତା ଥିବା ଜଣେ ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି । ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସାଟେଲାଇଟରୁ ହାଇ ରେଜୁଲେସନ କ୍ଷମତା ସମ୍ପନ୍ନ ସେନ୍ସର ଓ କ୍ୟାମେରା ଜରିଆରେ ଅତି ଛୋଟଛୋଟ ଗତିବିଧିକୁ ମଧ୍ୟ ରେକର୍ଡ଼ କରାଯାଇ ପାରିବ ଓ ଏପରିକି ଜଣେ ବ୍ୟକ୍ତିର ଯାତାୟତ ଉପରେ ଦୃଷ୍ଟି ରଖିବାକୁ ସକ୍ଷମ ହୋଇ ପାରିବ ।

ସୂଚନା ଅନୁସାରେ ଏହି ଭାରତୀୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ ନିକଟରେ ପୂର୍ବରୁ ଏପରି କିଛି ଉପଗ୍ରହ ରହିଛି । ଯାହା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ତୀକ୍ଷ୍ମ ନଜର ରଖିବାର କ୍ଷମତା ରଖିଛି । ମାତ୍ର ଏହି କ୍ଷମତାକୁ ଅଧିକ ତୀବ୍ର ଓ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ଚୀନ ଜବାନଙ୍କ ଗତିବିଧି ସ୍ପଷ୍ଟ ଆକଳନ କରା ଯାଇ ନ ପାରିବା ଦ୍ବାରା ଲାଦାଖରେ ଭାରତ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି ବିଳମ୍ବିତ ହୋଇଛି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories