www.samajalive.in
Saturday, December 6, 2025
15.1 C
Bhubaneswar

ବେଗୁନିଆରେ ୧୩ଜଣ ପଜିଟିଭ ଚି଼ହ୍ନଟ, ନୂଆସାହିରେ ସଟଡାଉନ ପାଇଁ ସରପଞ୍ଚଙ୍କ ସୁପାରିସ

ବେଗୁନିଆ: ବେଗୁନିଆ-ନୁଆସାହିରେ ୧୨ଜଣ ପଜିଟିଭ ବାହାରିବା ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କଣ୍ଟାକ୍ଟଟ୍ରେସିଙ୍ଗ ଆରମ୍ଭ ହୋଇଥିଲା l  ଗତ ୨ତାରିଖ ଦିନ ହୋଇଥିବା ରା଼ପୀଡ଼ ଆଣ୍ଟିଜେନରେ ୨୦ଜଣଙ୍କର ନେଗେଟିଭ ଥିବାବେଳେ ଅନ୍ୟ ୨୨ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା  l  ଗତକାଲି ରାତିରେ ସେମାନଙ୍କ ମଧ୍ୟରୁ ୯ଜଣଙ୍କର ପଜିଟିଭ ରିପୋର୍ଟ ଆସିଥିବାବେଳେ ଆଜି ସେମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି  l  ବେଗୁନିଆ-ନୂଆସାହିରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ବେଗୁନିଆ ସରପଞ୍ଚ କୁମୁଦିନୀ ସ୍ୱାଇଁ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ବେଗୁନିଆ ନୂଆସାହିକୁ ଦ୍ୱିତୀୟ ଥର ପାଇଁ ବେଗୁନିଆ ଗୋପବନ୍ଧୁ ହାଇସ୍କୁଲ ଠାରୁ ବିଭୁତି ମହାନ୍ତିଙ୍କ ଘର ପର୍ୟ୍ୟନ୍ତ ସଟଡାଉନ କରିବାକୁ ଉପଜିଲ୍ଲାପାଳଙ୍କୁ ସୁପାରିସ କରିଛନ୍ତି  l ସେହିପରି ଏହି ବ୍ଲକ ଅନ୍ତର୍ଗତ ହଜ ଟିଏମସିରେ ସିକୋ ଗ୍ରାମର ଦୁଇଜଣ ଏବଂ କଲରାଝର ଓ ନିଧିପୁର ଗ୍ରାମରୁ ଜଣେ ଲେଖାଏଁ ପଜିଟିଭ ଚି଼ହ୍ନଟ ହୋଇଛନ୍ତି  l  ସେମାନଙ୍କ ମଧ୍ୟରୁ ଜୁଲାଇ ମାସ ୨୬ତାରିଖରେ ଦୁଇଜଣ କର୍ଣ୍ଣାଟକରୁ ଏବଂ ଅନ୍ୟ ଦୁଇଜଣସେହି ମାସ ୨୮ତାରିଖରେ ତେଲେଙ୍ଗାନା ରୁ ଫେରି ଟିଏମସିରେ ରହିଥିବାବେଳେ ଚଳିତ ମାସ ୨ତାରିଖରେ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା କ୍ଷ ଗତକାଲି ୫ତାରିଖ ରାତିରେ ସେମାନଙ୍କର ପଜିଟିଭ ରିପୋର୍ଟ ଆସିବା ପରେ ଆଜି ସେମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି କ୍ଷ ବେଗୁନିଆ ବ୍ଲକର ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେବ ଜଣେ ସ୍ଥାୟୀ ମେଡିକାଲ ଇନଚାର୍ଜ ନଥିବା ଯୋଗୁଁ ବ୍ଲକରେ କରୋନା ପରିଚାଳନା କ୍ଷେତ୍ରରେ ବହୁ ବିଭ୍ରାଟ ଦେଖାଯାଉଛି  l

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories