www.samajalive.in
Monday, December 8, 2025
13.1 C
Bhubaneswar

ଋତୁସ୍ରାବ ସ୍ୱଚ୍ଛତାରେ ଅବହେଳା ଦ୍ୱାରା ପ୍ରଭାବିତ ହୋଇଥାଏ ପ୍ରଜନନ କ୍ଷମତା

କଟକ : ଭାରତବ୍ୟାପୀ ଅନେକ ମହିଳା ଏବେ ମଧ୍ୟ ଋତୁସ୍ରାବ ସମୟରେ ସ୍ୱଚ୍ଛତାକୁ ଅଣଦେଖା କରୁଛନ୍ତି । ଋତୁସ୍ରାବ ସମୟରେ ପୁରୁଣା କଟନ କପଡାର ବ୍ୟବହାର, ଅଧିକ ସମୟ ପର୍ଯ୍ୟନ୍ତ ପ୍ୟାଡ ପିନ୍ଧିବା, ଯନ୍ତ୍ରଣା ଓ ଅସହଜତାକୁ ନୀରବରେ ସହି ଯାଉଛନ୍ତି । କିନ୍ତୁ ଏହି ଛୋଟ ଛୋଟ ଅବହେଳା ଆଗକୁ ଯାଇ ପ୍ରଜନନ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ, ବୋଲି ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ, କଟକର ଫର୍ଟିଲିଟି ସ୍ପେଶିଆଲିଷ୍ଟ ଡା. ରସ୍ମିନ ସାହୁ କହିଛନ୍ତି । ଋତୁସ୍ରାବ ସ୍ୱଚ୍ଛତା ସମ୍ପର୍କିତ ଅଧିକାଂଶ ଆଲୋଚନାରେ ଚର୍ମରୋଗ, କୁଣ୍ଡିଆ କିମ୍ବା ତ୍ୱଚାରେ ଜ୍ୱଳନ ସମ୍ପର୍କରେ କୁହାଯାଏ କିନ୍ତୁ ଏହାଠାରୁ ଆହୁରି ଗମ୍ଭୀର ସମସ୍ୟା ହେଉଛି ସଂକ୍ରମଣ ଜନିତ ବନ୍ଧ୍ୟାତ୍ୱ ।

ବ୍ୟାକ୍ଟେରିଆଲ ଭାଜିନୋସିସ, ପେଲ୍‌ଭିକ ଇନ୍‌ଫ୍ଲାମେଟୋରୀ ଡିଜିଜ (ପିଆଇଡି) କିମ୍ବା ଟ୍ୟୁବାଲ ବ୍ଲକେଜ ଭଳି ଚିନ୍ତାଗୁଡିକ ପ୍ରାୟତଃ ସାଧାରଣ ସ୍ୱଚ୍ଛତା ଅବହେଳା କାରଣରୁ ଆରମ୍ଭ ହୋଇପାରେ ଯାହା ରିପ୍ରଡକ୍ଟିଭ ଟ୍ରାକ୍ଟରେ ଜୀବାଣୁର ପ୍ରବେଶ କରାଇଥାଏ । ସମୟକ୍ରମେ ଏଭଳି ସଂକ୍ରମଣ ନୀରବରେ ଫାଲୋପିଆନ ଟୁବ୍ୟଗୁଡିକୁ କ୍ଷତି ପହଂଚାଇଥାଏ । ସେଗୁଡିକ କ୍ଷତାକ୍ତ, ଅବରୋଧିତ କିମ୍ବା ତରଳ ପଦାର୍ଥରେ ପରିପୂର୍ଣ୍ଣ (ହାଇଡ୍ରୋସାଲ୍‌ପିଙ୍କ୍‌ସ ଭାବେ ପରିଚିତ ଏକ ସ୍ଥିତି) ହୋଇପାରେ । ଏହା ଡିମ୍ବାଣୁ ଓ ଶୁକ୍ରାଣୁର ମିଳନକୁ ରୋକିଥାଏ, ଯାହା ଗର୍ଭଧାରଣକୁ ଅଧିକ କଷ୍ଟକର କିମ୍ବା ବେଳେବେଳେ ଅସମ୍ଭବ କରିଥାଏ ।

- Advertisement -

ଡା. ସାହୁ କହିଛନ୍ତି ଯେ, ଏଭଳି ସଂକ୍ରମଣଗୁଡିକର କୌଣସି ସ୍ପଷ୍ଟ ଲକ୍ଷଣ ନଥାଏ । କିଛି ପ୍ରାରମ୍ଭିକ ସଙ୍କେତ ଅସ୍ୱଭାବିକ ସ୍ରାବ, କୁଣ୍ଡାଇ ହେବା, ଜ୍ୱଳନ ହେବା, ତଳ ପେଟରେ ଯନ୍ତ୍ରଣା ହେବା କିମ୍ବା ଯୌନ ସମ୍ପର୍କ ସମୟରେ ଅସହଜତା ଅନୁଭବ ହେବା ଭଳି ସାଧାରଣ ହୋଇପାରେ, ଯାହାକୁ ପ୍ରାୟତଃ ମାସିକ ଋତୁଚକ୍ରର ଏକ ଅଂଶ ଭାବେ ସହଜରେ ଅଣଦେଖା କରାଯାଇଥାଏ ।

ଏଥିପାଇଁ କିଛି ଯତ୍ନଶୀଳ ପଦକ୍ଷେପର ଅନୁସରଣ କରିବା ପାଇଁ ଡା. ରସ୍ମିନ ସାହୁ ପରାମର୍ଶ ଦେଇଛନ୍ତି । ସେ ପ୍ରତି ୬ରୁ ୮ ଘଂଟାରେ ଥରେ କିମ୍ବା ହେଭି ଫ୍ଲୋ ସମୟରେ ନିଜର ପ୍ୟାଡ କିମ୍ବା ଟାମ୍ପୋନ ବଦଳାଇବା ଉଚିତ ବୋଲି କହିଛନ୍ତି । ଯଦି କପଡା ପ୍ୟାଡ କିମ୍ବା ପିରିୟଡ ପ୍ୟାଂଟିର ବ୍ୟବହାର କରୁଛନ୍ତି, ତେବେ ତାହାକୁ ଗରମ ପାଣିରେ ସଫା କରନ୍ତୁ ଏବଂ ପୁନର୍ବାର ବ୍ୟବହାର କରିବା ପୂର୍ବରୁ ସୂର୍ଯ୍ୟାଲୋକରେ ଭଲ ଭାବରେ ଶୁଖାନ୍ତୁ । ମେନ୍‌ଷ୍ଟ୍ରୁଆଲ କପ୍‌ କିମ୍ବା ଡିସ୍କଗୁଡିକୁ ପ୍ରତି ୬ରୁ ୮ ଘଂଟାରେ ଥରେ ଖାଲି କରିବା ଓ ସଫା କରିବା ଉଚିତ ଏବଂ ପ୍ରତ୍ୟେକ ଋତୁଚକ୍ରର ପୂର୍ବରୁ ଓ ପରେ ତାହାକୁ ଷ୍ଟେରିଲାଇଜ କରାଯିବା ଉଚିତ ।

ଚଳିତ ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ, ଝିଅ ଓ ମହିଳାମାନେ ସ୍ୱଚ୍ଛତା ଓ ପ୍ରଜନନ ସ୍ୱାସ୍ଥ୍ୟ ମଧ୍ୟରେ ରହିଥିବା ସଂଯୋଗକୁ ଭଲ ଭାବରେ ବୁଝିବା ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ପ୍ରଜନନ କ୍ଷମତା କେବଳ ବୟସ କିମ୍ବା ହର୍‌ମୋନ ସହ ଜଡିତ ନୁହେଁ । ଏହା ଆମେ ଆମର ଶରୀରକୁ ମାସ ପରେ ମାସ, ଚକ୍ର ପରେ ଚକ୍ର ଦେଉଥିବା ଯତ୍ନ ସହ ଜଡ଼ିତ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories