www.samajalive.in
Friday, December 5, 2025
23.1 C
Bhubaneswar

ଆଧ୍ୟାତ୍ମିକ ପତ୍ରିକା ‘ଭାବକୁ ନିକଟ’ ଉନ୍ମୋଚିତ

ପିପିଲି: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବାଲିଗାଁ ସ୍ଥିତ ଭକ୍ତ ଦାସିଆଙ୍କ ପୀଠ ପରିସରରେ ଆଧ୍ୟାତ୍ମିକ ତ୍ରୟୋମାସିକ ପତ୍ରିକା ‘ଭାବକୁ ନିକଟ’ର ଦଶମ ବର୍ଷର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟିର ସଭାପତି ଡ଼ଃ ପ୍ରତିଭା ମହାରଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫେସର ଅଶୋକ କୁମାର ମହାପାତ୍ର, କମିଟିର ଯୁଗ୍ମ ସମ୍ପାଦକ ତଥା କିଟ୍‌‌ ଯୁକ୍ତ୨ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ର, ୱାଲେଟ୍‌‌ ଫର ୱେଲ୍‌‌ଥ ମ୍ୟାନେଜମେଣ୍ଟର ପରିଚାଳନା ନିର୍ଦ୍ଦେଶକ ତ୍ରିନାଥ ଲେଙ୍କା, ଇଂ ଶିବପ୍ରସାଦ ପଟ୍ଟନାୟକ, ଇଂ ସୁରେନ୍ଦ୍ର କୁମାର ପଣ୍ଡା, ଇଂ ବସନ୍ତ କୁମାର ମିଶ୍ର, ପ୍ରଫେସର ବୃନ୍ଦାବନ ମହାପାତ୍ର, ସତ୍ୟବାଦୀ ଦାସ, ଉଦୟ ଶଙ୍କର ଆଚାର୍ଯ୍ୟ, ଡ଼ଃ ନିଶିକାନ୍ତ ମିଶ୍ର, ପ୍ରଫେସର ଡ଼ଃ ଦୁର୍ଗାପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ଭକ୍ତ ଦାସିଆଙ୍କ ସ୍ମୃତିଚାରଣ କରିଥିଲେ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ନିବିଡ ସଂପର୍କକୁ ବିଭିନ୍ନ ଉଦାହରଣ ମାଧ୍ୟମରେ ଡ଼ଃ ମହାରଥୀ ପ୍ରକାଶ କରିଥିଲେ। ସ୍ମୃତି କମିଟିର ସାଧାରଣ ସଂପାଦକ ଡ଼ଃ ଘନଶ୍ୟାମ ସ୍ୱାଇଁ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସାଂସ୍କୃତିକ ସଂପାଦକ ଆଇନଜୀବୀ ସରୋଜ କୁମାର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

 

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories