www.samajalive.in
Friday, December 5, 2025
23.1 C
Bhubaneswar

ସ୍ନାନ ମଣ୍ଡପରେ ଅଟ୍ଟାଳି ଜଗନ୍ନାଥଙ୍କ ଗଜାନନ ବେଶ

ଆଠଗଡ଼: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଆଠଗଡ଼ର ଆରାଧ୍ୟ ପ୍ରଭୁ ଅଟ୍ଟାଳି ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି। ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ଶ୍ରୀଜୀଉଙ୍କର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପନ୍ନ କରିଥିବାବେଳେ ଏଥିରେ ତାଙ୍କୁ ବଡପଣ୍ଡା ଓ ଅନ୍ୟାନ୍ୟ ସେବାୟତ ସହାୟତା କରିଥିଲେ। ପ୍ରତ୍ୟୁଷରୁ ଦ୍ବାର ଫିଟା, ମଙ୍ଗଳ ଆଳତୀ, ରୋଷ ହୋମ ଏବଂ ଚକାଛଡା ନୀତି ପରେ ତଡପ ଲାଗି ଓ ବିଜେ ଆଳତୀ କରାଯାଇଥିଲା। ପରେ ପରେ ସେବାୟତମାନେ ଗୋଟି ପହଣ୍ଡିରେ ଶ୍ରୀଜୀଉଙ୍କୁ ନେଇ ସ୍ନାନ ମଣ୍ଡପରେ ବିଜେ କରାଇଥିଲେ। ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କୁ ୧୦୮ କଳସ ଜଳରେ ମହାସ୍ନାନ ନୀତି ସମ୍ପନ୍ନ କଲାପରେ ବାଳଭୋଗ ଓ ଆଳତୀ ପରେ ଅଟ୍ଟାଳି ଜଗନ୍ନାଥ ଦେବଙ୍କୁ ହାତୀ ବେଶରେ ସଜ୍ଜିତ କରାଯାଇଥିଲା। ଏହାପରେ ଶ୍ରୀଜୀଉଙ୍କ ନିକଟରେ ଶଂଖୁଡି ଭୋଗ ଲାଗି ଏବଂ ଆଳତୀ ପରେ ଗଜାନନ ବେଶରେ ଶ୍ରୀଜଗନ୍ନାଥଙ୍କୁ ଅପେକ୍ଷାରତ ଶହ ଶହ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ଅପରାହ୍ନରେ ଶ୍ରୀଜଗନ୍ନାଥଙ୍କୁ ସ୍ନାନ ବେଦୀରୁ ଗୋଟି ପହଣ୍ଡିରେ ନେଇ ଅଣସର ଘରେ ବିଜେ କରାଯାଇଥିଲା। ତାପରେ ରାଜପୁରୋହିତ ସୁଶାନ୍ତ ମିଶ୍ର ରତ୍ନ ସିଂହାସନରେ ପଟ୍ଟିଦିଅଁ ପ୍ରତିଷ୍ଠା କରି ସାନ୍ଧ୍ୟ ଆଳତୀ ନୀତି ସମ୍ପନ୍ନ କରିଥିଲେ। ପରମ୍ପରା ଅନୁଯାଇ ଶ୍ରୀଜଗନ୍ନାଥ ଜ୍ୱରରେ ପୀଡିତ ହୋଇ ୧୫ ଦିନ ଅଣସର ଘରେ କରିବାକୁ ଥିବାବେଳେ ତାଙ୍କ ସ୍ଥାନରେ ରତ୍ନ ବେଦୀରେ ପଟ୍ଟିଦିଅଁ ପୂଜା ପାଇବେ। ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ସ୍ନାନ ଯାତ୍ରା କାର୍ଯ୍ୟକ୍ରମକୁ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଓ ଅନ୍ୟ କର୍ମଚାରୀ ପରିଚାଳନା କରିଥିଲେ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories