ଜାଭଲିନ୍ ଥ୍ରୋ’ :  ଫ୍ରାନ୍ସରେ ନିରଜ ଜିତିଲେ ସ୍ୱର୍ଣ୍ଣ

0

ନୂଆଦିଲ୍ଲୀ : ଫ୍ରାନ୍ସରେ ଚାଲିଥିବା ସଟ୍‍ଭିଲେ ଆଥ୍‍ଲେଟିକ୍‍ ମିଟ୍‍ରେ ଭାରତର ନିରଜ ଚୋପ୍ରା ଜାଭଲିନ୍ ଥ୍ରୋରେ  ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଗୋଲ୍‍ଡକୋଷ୍ଟ୍‍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ନିରଜ ମଙ୍ଗଳବାର ରାତିରେ ନିଜର ପୂର୍ବ ସଫଳତାକୁ ଦୋହରାଇ  ୮୫. ୧୭ ମିଟର ଜାଭ୍‍ଲିନ୍‍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ମାଲ୍‍ଡୋଭାର ଆଣ୍ଡ୍ରିଆନ୍‍ ମାଡ୍ରେଡ୍‍ ରୌପ୍ୟ ଏବଂ ଲିଥୁଆନିଆର ଏଡିସ୍‍ ମାଟ୍ୟୁସେଭିକ୍‍ସ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆସନ୍ତା ମାସରେ ଇଣ୍ଡୋନେସିଆରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‍ ଗେମ୍‍ସରେ ନିରଜ ସ୍ଥାନ ପାଇବା ସହ ନିଜର ଏହି ସଫଳତାକୁ ବଜାୟ ରଖିବେ ବୋଲି ଆଶା ରଖିଛନ୍ତି।

Leave A Reply