ପଳାତକ ନୀରବ ମୋଦୀର ଜାମିନ ଆବେଦନ ଖାରଜ

0

ଲଣ୍ଡନ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀର ଜାମିନ ଆବେଦନକୁ ଲଣ୍ଡନ ସ୍ଥିତ ୱେଷ୍ଟ ମିନିଷ୍ଟର କୋର୍ଟ ଖାରଜ କରିବା ସହ ଆସନ୍ତା ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ତାଙ୍କୁ ପୁଲିସ ହେପାଜତକୁ ପଠାଇଛନ୍ତି। ପଳାତକ ବ୍ୟବସାୟୀ ନୀରବ ମୋଦୀ ଜାଲ କାଗଜ ପତ୍ର ଦେଇ ପଞ୍ଜାବ ନେସନାଲ ବ୍ୟାଙ୍କରୁ ୧୩ହଜାର କୋଟି ଟଙ୍କା ଋଣ ନେଇଥିବା ଅଭିଯୋଗ ହୋଇଛି। ପରେ ସେ ବିଦେଶ ପଳାୟନ କରିଥିଲେ ଏବଂ ତାଙ୍କୁ ଭାରତ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଯଥାସାଧ୍ୟ ଉଦ୍ୟମ କରାଯାଇଥିଲା। ନୀରବଙ୍କ ପକ୍ଷରୁ ଓକିଲ ଆନନ୍ଦ ଦୁବେ କୋର୍ଟଙ୍କୁ ଜାମିନ ଦେବା ପାଇଁ ଦଲିଲ ରଖିଥିଲେ ମଧ୍ୟ କୋର୍ଟ ଆବେଦନକୁ ଖାରଜ କରିଥିଲେ। ସୂଚନା ଯୋଗ୍ୟ ଯେ, ଭାରତ ସରକାର ପାର୍ସପୋର୍ଟ ରଦ୍ଦ କରିଦେବା ସତ୍ତ୍ୱେ ନୀରବ ମୋଦୀ ପୁରୁଣା ପାସପୋର୍ଟ ବ୍ୟବହାର କରି ଆମେରିକା ଓ ୟୁରୋପରେ ରହିଥିଲେ। ୨୦୧୮ସେପ୍ଟେମ୍ବରରେ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରିବା ପରେ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା।

Leave A Reply