୭୦ ହଜାର ଲୋକଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ ଦେବ ଏନଡିଆରଏଫ
ଡେସ୍କ: ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି କହିଛନ୍ତି ଯେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ – ଏନଡିଆରଏଫ ଚଳିତ ବର୍ଷ ଶେଷ ସୁଦ୍ଧା ୭୦ ହଜାରରୁ ଅଧିକ ଲୋକଙ୍କୁ ବିପର୍ଯ୍ୟୟ ପରିଚାଳନାରେ ତାଲିମ ଦେବ। ଆଜି ନୂଆଦିଲ୍ଲୀରେ ଏନଡିଆରଏଫର ଉନ୍ନବିଂଶ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏନଡିଆରଏଫ ୧୩ ହଜାରରୁ ଅଧିକ ସ୍ୱେଚ୍ଛାସେବୀଙ୍କୁ ତାଲିମ ଦେଇଛି।
ଏନଡିଆରଏଫ ମହାନିର୍ଦ୍ଦେଶକ ଅତୁଲ କରୱାଲ କହିଛନ୍ତି ଯେ ବିପର୍ଯ୍ୟୟ ମୁକାବିଲା ପାଇଁ ଏନଡିଆରଏଫ ଶୀଘ୍ର ଅନଲାଇନ୍ ସାମଗ୍ରୀ ବ୍ୟବସ୍ଥା ଆରମ୍ଭ କରିବା ସହିତ ଲୋକଙ୍କୁ ବିପର୍ଯ୍ୟୟ ମୁକାବିଲା ପାଇଁ ସଚେତନତା ଅଭିଯାନ ଆରମ୍ଭ କରିବ।
Comments are closed.