www.samajalive.in
Friday, December 12, 2025
14.1 C
Bhubaneswar

ତ୍ରାହିତ୍ରାହି ଡାକୁଛି ପାକିସ୍ତାନ; ଭାରତୀୟ ସେନାଠୁ ରକ୍ଷା କର

ସମାଜ ଡିଜିଟାଲ ଡେସ୍କ: ଭାରତ ସହ ଲଢି ଏବେ ନିଜ ମୃତ୍ୟୁକୁ ନିଜେ ନିମନ୍ତ୍ରଣ ଦେଇଛି ପାକିସ୍ତାନ । ଭାରତର ଅପରେସନ ସିନ୍ଦୂର ପରେ ତ୍ରାହିତ୍ରାହି ଡାକୁଛି ପାକିସ୍ତାନ । ଭାରତ ଉପରେ ପାଲଟା ଆକ୍ରମଣ କରିବାକୁ ଉଦ୍ୟମ କରି ପାଣି ପିଉଛି । ଗୁରୁବାର ରାତିରେ ସୀମା ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଉଦ୍ୟମ କରି ପାନେ ପାଇଛି ପାକିସ୍ତାନ । ଭାରତର ପ୍ରଚଣ୍ଡ ଆକ୍ରମଣରେ ଥରହର ପାକିସ୍ତାନ । ଇସାଲାମାବାଦ, ଲାହୋର, ରାୱଲପଣ୍ଡ, ପେଶାୱର ସମେତ ୧୦ରୁ ଅଧିକ ସହର ଛାରଖାର ହୋଇଛି । ପାକିସ୍ତାନ ପଟୁ ସୀମା ନିକଟରେ ଜମ୍ମୁ-କାଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଏକାଧିକ ସ୍ଥାନକୁ ଟାର୍ଗେଟ କରି ବହୁସଂଖ୍ୟାରେ ରକେଟ, ଡେଆନ ଏବଂ ଗୋଳା ବର୍ଷା ହୋଇଥିଲା । ତେବେ ଭାରତ ଏହି ସମସ୍ତ ଆକ୍ରମଣକୁ ପଣ୍ଡ କରିଛି । ପାକିସ୍ତାନର ୮ଟି ମିସାଇଲକୁ ମାରି ଧୂଳିସାତ କରିଛି ଭାରତ । ଏଥିସହ ପାକିସ୍ତାନର ୫୦ଟି ଡ୍ରୋନକୁ ମାରି ଖସାଇ ଦେଇଛି ଭାରତ । ଭାରତକୁ ଟାର୍ଗେଟ କରି ୫୦ସ୍ୱାର୍ମ ଡ୍ରୋନରେ ଆକ୍ରମଣ କରିଥିଲା ପାକ୍‍ । ହେଲେ ସମସ୍ତ ଡ୍ରୋନକୁ ଆକାଶରେ ଧ୍ୱଂସ କରିଥିଲା ଭାରତ । ଏଲଓସି ଓ ଅନ୍ତର୍ଜାତୀୟ ସୀମାରେ ସବୁ ଡ୍ରୋନକୁ ଧ୍ୱଂସ କରିଛି ଭାରତ । ଭାରତର ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଡ୍ରୋନ ଧ୍ୱଂସ କରାଯାଇଛି । ଜଳ, ସ୍ଥଳ ଓ ଆକାଶରୁ ଶତ୍ରୁରାଷ୍ଟକୁ ଆକ୍ରମଣ କରିଛନ୍ତି ଭାରତୀୟ ସେନା ।

ଭାରତ ନା କେବଳ ଆକ୍ରମଣ କରିବାରେ ସକ୍ଷମ ଭାରତୀୟ ସେନା ପାଖରେ ସୀମା ସୁରକ୍ଷା ପାଇଁ ଅତ୍ୟାଧୁନିକ ହତିଆର ରହିଛି । ନିକଟରେ ହିଁ ଭାରତ ନିଜର ରକ୍ଷା କ୍ଷମତାକୁ ମଜବୁତ କରିଛି । ଖାସ୍‍ କରି ଇଣ୍ଡିଆନ୍‍ ଏୟାର ଡିଫେନ୍ସ ସିଷ୍ଟମ୍‍ ଏତେ ମଜବୁତ ହୋଇଛି ଯେ ଆକ୍ରମଣକୁ ମୁହଁ ତୋଡ ଜବାବ ଦିଆଯାଇ ପାରିବ ।

- Advertisement -

ପଞ୍ଜାବର ଗୁରୁଦାସପୁର ଓ ପଠାନକୋଟ, ରାଜସ୍ଥାନର ବାରମେର‌୍, ଜୈସଲମେର୍‌ ଓ ଯୋଧପୁରକୁ  ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ବ୍ଲାକଆଉଟ୍‌ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories