ଲୋକସଭା ଫଳାଫଳ: ଏନଡିଏ ୨୯୫ ଆସନରେ ଆଗୁଆ, ଇଣ୍ଡି ମେଣ୍ଟ ୨୩୧
ସମାଜ ଡିଜିଟାଲ ଡେସ୍କ: ମଙ୍ଗଳବାର ଭୋଟ ଗଣତି ଆରମ୍ଭ ହୋଇଛି। ଅପରାହ୍ନ ୩ଟା ସୁଦ୍ଧା ୫୪୩ ଲୋକସଭା ଆସନ ମଧ୍ୟରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ୨୯୫ ଆସନରେ ଆଗୁଆ ରହିଛି। ଅନ୍ୟପଟେ ଇଣ୍ଡି ମେଣ୍ଟ ୨୩୧ ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ଦଳଗୁଡ଼ିକ ୧୭ ଆସନରେ ଆଗୁଆ ରହିଛନ୍ତି।
ଏନଡିଏରେ ବିଜେପି ୨୪୨ ଆସନରେ ଆଗୁଆ ଥିବାବେଳେ ତେଲୁଗୁଦେଶମ ପାର୍ଟି (ଟିଡିପି) ୧୬, ଜେଡିୟୁ ୧୪, ଏସଏଚଏସ ୫, ଏଲଜେପିଆରଭି ୫, ଜେଡିଏସ ୨ ଆସନରେ ଆଗୁଆ ରହିଛି। ସେହିପରି ଇଣ୍ଡି ମେଣ୍ଟର କଂଗ୍ରେସ ୯୯ ଆସନରେ ଆଗୁଆ ଥିବାବେଳେ ସମାଜବାଦୀ ପାର୍ଟି ୩୬, ତୃଣମୂଳ କଂଗ୍ରେସ ୨୯, ଡିଏମକେ ୨୧, ଏନସିପି(ଏସପି) ୬, ଆରଜେଡି ୩, ସିପିଏମ ୪ ଏବଂ ଆମ ଆଦମୀ ପାର୍ଟି ୩ ଆସନରେ ଆଗୁଆ ରହିଛି।
Comments are closed.