www.samajalive.in
Sunday, December 14, 2025
26.1 C
Bhubaneswar

ଭାଙ୍ଗି ଦେଇଥିବା ସ୍କୁଲର ପୁନଃନିର୍ମାଣ କଲେ ମାଓବାଦୀ

ରାୟପୁର : ସମାଜର ମୁଖ୍ୟ ସ୍ରୋତକୁ ଫେରିଆସିଥିବା କିଛି ମାଓବାଦୀ ଅତୀତରେ ନିଜେ ଧ୍ବଂସ କରିଥିବା ଏକ ସ୍କୁଲ୍‌ର ପୁନଃନିର୍ମାଣ କରିଛନ୍ତି। ଛତିଶଗଡ଼ର ମାଓପ୍ରବଣ ଅଞ୍ଚଳ ଦାନ୍ତେୱାଡ଼ାରେ ସେମାନେ ୨୦୦୮ ଓ ୨୦୧୫ରେ ଦୁଇଥର ଏହି ସ୍କୁଲକୁ ଧ୍ୱଂସ କରିଥିଲେ। ଦାନ୍ତେୱାଡ଼ାରୁ ୧୦ କିଲୋମିଟର ଦୂର ମାସାପଡ଼ା ଜଙ୍ଗଲରେ ଏହି ପ୍ରାଥମିକ ସ୍କୁଲଟି ଅବସ୍ଥିତ। ସେବେଠାରୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲା। ସମ୍ପୃକ୍ତ ମାଓବାଦୀମାନେ ଆତ୍ମସମର୍ପଣ ସହ ସାମାଜିକ ଜୀବନଯାପନ କରିବା ପରେ ନିଜ ଭୁଲ୍‌ ବୁଝି ପାରି ଭାଙ୍ଗି ଦେଇଥିବା ଶିକ୍ଷା ମନ୍ଦିରର ପୁନଃନିର୍ମାଣ କରିଛନ୍ତି। ଏଥିପାଇଁ ସେମାନଙ୍କୁ ତିନି ମାସ ଲାଗିଛି। ଏହି ସ୍କୁଲ ଏବେ ସେମାନଙ୍କ ପୁଅ-ଝିଅଙ୍କ ସହ ସମ୍ପୃକ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ହୋଇଛି। ଏହି କାର୍ଯ୍ୟରେ ସେମାନଙ୍କୁ ଜିଲା ପ୍ରଶାସନ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛି। ଆଗକୁ ସେମାନେ ଭାଙ୍ଗି ଦେଇଥିବା ରାସ୍ତାଘାଟର ପୁନଃନିର୍ମାଣ କରିବେ ବୋଲି କହିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories