www.samajalive.in
Sunday, December 14, 2025
23.1 C
Bhubaneswar

ଲକ୍ଷ୍ମୀଙ୍କ ରେକର୍ଡ; ୫୮ ମିନିଟରେ ପ୍ରସ୍ତୁତ କଲେ ୪୬ ବ୍ୟଞ୍ଜନ

ଚେନ୍ନଇ : ମାତ୍ର ୫୮ମିନିଟରେ ୪୬ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ୟୁନିକୋ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି ତାମିଲନାଡୁ ବାଳିକା ଏସ.ଏନ ଲକ୍ଷ୍ମୀ ସାଇ ଶ୍ରୀ। ଘଣ୍ଟାକରୁ କମ୍‌ ସମୟରେ ଏତେ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିବାର କଳା ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି। ଚେନ୍ନଇରେ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲକ୍ଷ୍ମୀସାଇଙ୍କ ହାତର ଏହି ଚମତ୍କାରିତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ କେରଳର ୧୦ ବର୍ଷୀୟା ସାନଭୀଙ୍କ ନାମରେ ଏହି ରେକର୍ଡ ରହିଥିଲା। ସାନଭୀ ୧ ଘଣ୍ଟାରେ ପ୍ରାୟ ୩୦ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ଏହି ରେକର୍ଡ ଭାଙ୍ଗିବା ଲାଗି ଲକ୍ଷ୍ମୀଙ୍କ ବାପା-ମାଆ ଝିଅକୁ ପ୍ରଶିକ୍ଷିତ କରିଥିଲେ। ସେଥିପାଇଁ ଏହି ସଫଳତାର ଶ୍ରେୟ ମା’ ଏନ୍‌. କଳାଇମଙ୍ଗଲଙ୍କୁ ଦେଇଛନ୍ତି ଲକ୍ଷ୍ମୀ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories